STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

କବି ସିଏ

କବି ସିଏ

1 min
5


ନର୍କରୁ ନିର୍ମାଲ୍ୟ ଯାଏଁ 

ପାପରୁ ପୁଣ୍ୟର ସ୍ୱର୍ଗ ଯାଏଁ 

ବାଟ କହିପାରେ ଯିଏ 

ସିଏ କବି ଛଡା ଆଉ କିଏ ହୁଏ 

କବି ବଖାଣିଥାଏ ଜୀବନର ଖଟା ମିଠା 

ରାଗ ରୁଷା ପ୍ରୀତି ମୈତ୍ରୀ ସିଠା ଅଠା 

ପୁଣି ଖଟକା ଓ ଝଟକା କୁଜ୍ଝଟିକା 

ଆକାଶ କଇଁଆ ଚିଲିକା ମାଛ 

ସତରରେ ସାତ ମିଶାଇ ସୁଦୁ ମିଛ 

କବି ମାପିପାରେ ପାହାଡ଼ ଦ୍ରାଘିମା 

ନଈ ଓ ସମୁଦ୍ର ପରିସୀମା 

ପୃଥିବୀର ଉଚ୍ଚତା 

ଚନ୍ଦ୍ରଙ୍କ କ୍ଷେତ୍ରଫଳ 

ସୂର୍ଯ୍ୟ କାହିଁକି ଅଥୟ ଆକୁଳ 

ମୌସୁମୀର ନଥାଏ କାଳ ବେଳ 

ଥଳ ଅବା କୂଳ 

ପୁଣି କହିଦେଇ ପାରେ 

ପ୍ରେମିକର ହତାଶ ଓ ପ୍ରେମିକାର ଅବଶୋଷ 

ନିଜର ଦ୍ରାଘିମା ଅକ୍ଷାଂଶ ଭାଗଶେଷ

କହିଦେଇ ପାରେ ଶୂନରେ ଶୂନ

ମିଶାଇଲେ କେତେ 

ଶୂନ ନେଇଗଲା ପରେ ଡାମରା କାଉ 

ଦଶରୁ ରହିଲା କେତେ ଗଲା କେତେ 

ଛୁଞ୍ଚି ମୁନେ ରଖିପାରେ ସମୁଦ୍ର ଢ଼େଉକୁ 

କଇଁଚିରେ କାଟିପାରେ ଉଲକା ସବୁକୁ 

କଉଡ଼ି ବି ଖେଳିପାରେ ବିନା ବାହା ବେଦୀରେ 

କାଇଁଚ ବି ଡାକିପାରେ ଜାଗାଙ୍କୁ ପୁରୀଗାଁରେ 

ରତ୍ନବେଦୀରେ ଅବା ରଥ ଉପରେ 

କବିର ସାତଖୁଣ ମାଫ ମଧ୍ୟ ଜଗା କରିପାରେ 

କ୍ଷମା ଦେଇ ଶହେଆଠ ହେବାକୁ ଗଣତି ପରେ 

ଦେଖାଯାଉ ସେ ଯାଏଁ କବି ସତ କହୁଛି କି ପରସ୍ତେ ।


Rate this content
Log in

Similar oriya poem from Action