Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmay Behera

Children

4  

Chinmay Behera

Children

କାଉ

କାଉ

1 min
391


ଝଡି, ବରଷା, ଶୀତ, କାକର ନଥାଏ ତୋର ଡର

ସକାଳ ହେଲେ ଚାଳ ଉପରେ ଲମ୍ବେଇ ଦେଉ ସୁର ।

ତୋ' ଡାକରେ ବୋଉ ମୋ ଉଠି ବାସି ପାଇଟି ସାରେ

ବାପା ମୋ ବସି ଯୋଗ କରନ୍ତି ଦାଣ୍ଡ ବାରଣ୍ଡା ଘରେ ।

ଜେଜେମା ମୋର ଝଅଟ ଝଟ ଫୁଲ ଚାଙ୍ଗୁଡ଼ି ନେଇ

ବାଡିକୁ ଯାଏ ତୋଳିବା ପାଇଁ ମଲ୍ଲୀ, ଟଗର, ଯୁଇ ।

ଜେଜେବାପା ମୋ ଅତି ଆଦରେ ଡାକ ପକାନ୍ତି ବସି

ଉଠରେ ପିଲେ ନକର ମଠ ସକାଳ ହେଲା ଆସି ।

ଖୁଡ଼ି ମୋହର ପାଖକୁ ଆସି ଦିଅନ୍ତି ଗୋଟେ ଚୁମା

କୁହନ୍ତି ଧନ ପଡରେ ଉଠି ଡେରି କରନା ଜମା ।

ସକାଳ ଖରା ଦେହକୁ ହିତ ବୁଝାନ୍ତି ଦାଦା ମୋର

ଆଜିର କାମ ଆଜି କରିବା ନଥିବ ଆଉ ଡର ।

ଭାବୁଛି ଆଜି ତୋ ପାଇଁ ସିନା ସାରା ଦୁନିଆ ହସେ

ରୂପ ତୋ ସିନା କଳାରେ କାଉ ଗୁଣ ତୋହର ବାସେ ।

           


Rate this content
Log in

Similar oriya poem from Children