କାଟିଲା ପ୍ରେମ
କାଟିଲା ପ୍ରେମ
ସ୍ଵପ୍ନରେ ସ୍ଵପ୍ନରେ ଭାବିଥିଲି କିଛି
ଅଧାରେ ସବୁ ରହିଗଲା,
ସୁନେଲି ଆକାଶେ ବିହଙ୍ଗ ଉଡିଲା
ତା ପରି କିଏ ଆଉ ସୁଖ ପାଇଲା ।
ସକାଳ ଭାସ୍କର ଦିଅ ଆଲୋକ
ପୁଣି ଆସି ହୁଏ ସନ୍ଧ୍ୟା,
କୁସୁମ ଯେ ସୁଗନ୍ଧ ହେଲେ
ଦିନେ ସେ ଦିଏ ବାସ୍ନା ।
ଏକରୁ ଦୁଇ, ଦୁଇ ରୁ ତିନି
ତିନିରୁ ବି ନୁହେଁ ଶେଷ,
କଳିଯୁଗର ଅମୂଲ୍ୟ ପ୍ରେମ ଇଏ
ଭାବି ନିଅ ଏହା ଅଶେଷ ।
ଆଖି ବୁଝେ ଲୁହର ମୂଲ୍ୟ
ପ୍ରେମ ହୁଏ ଅମୁଲ୍ୟ,
ଦ୍ଵାପର ଯୁଗର ଶ୍ରୀକୃଷ୍ଣ ନିଜକୁ ଭାବି
କଳିଯୁଗେ ହେଉଛନ୍ତି ଦୈତ୍ୟ ।
ସୁନା ପିଲା ହୋଇ ରହିଛନ୍ତି ସଭେ
କରୁଛନ୍ତି ହୋ ହାଲ୍ଲା,
ମନୁଷ୍ୟ ବୋଲି ପରିଚିତ ହେଲେ
ଦାନବ ଭଳି କରନ୍ତି ଝାମେଲା ।
ପ୍ରେମକୁ ପ୍ରେମରେ ସାଜି
ବଢ଼ାଉଛନ୍ତି ହାତ,
ହାତରେ ହାତ ନ ମିଶାଇ
ଦେହରେ ଦେହ ମିଶାଇବାରେ ସଜ୍ଜ ।
ଏମିତି ପ୍ରେମରେ ରହିବା ଛାଡ଼ିଲି
ମନରୁ ମୁଁ ଯେବେ କ୍ଷୀଣ ହେଲି
ରାଗରେ ରାଗରେ ରାଗିଗଲି ମୁଁ
ରାଗରେ ବୋଧେ ଭୁଲ କଲି,
କେମିତି ସୁଝିବି ପ୍ରେମ ଋଣ ମୁଁ
ଋଣ ଭାବି ପ୍ରେମ ସବୁ ଭୁଲି ଗଲି ।