STORYMIRROR

Anil kumar Pradhan

Abstract

2  

Anil kumar Pradhan

Abstract

କାଠକୁଟିର କଥା

କାଠକୁଟିର କଥା

1 min
309

ପ୍ରକୃତି ପ୍ରକୋପ ପାହାଡ ପୃଷ୍ଠାକୁ

ପଚାରି ପଚାରି ଚଢ଼େ

ସ୍ୱର୍ଗଆଡକୁ ସର୍ପିଳପଥ ଶହେ

ସାମ୍ବୁଲି -ଡାମ୍ବୁଲି ପଢ଼େ

ବାସ୍ନାରେ ବାସ୍ନାରେ ବେଲଘରବାସେ

ବାପାର ବଂଶୀ ବାଦନେ

କୁଟିରେ କୁଟିରେ କୁଟିଆଣି କହେ

କାଠର କୁଡ଼ିଆ କୋଣେ


ସଂଜଠୁ ସକାଳ ସର୍ବସମ ସଦା

ସମ୍ପତି ସରାଗେ ସରେ

ପାହାଡ଼ ପାହାଡ଼ ପୁଲକିତ କରେ

ପୋଡୁଚାଷ ପଣତରେ

ଝରଝର ହୋଇ ଝରଣା ଝଙ୍କାର

ଜଠରେ ଯେସନ ଭାସେ

ହିମାଳୟ ପରି ହିମବର୍ଷା ହିଂସ୍ର

ହିଂସାରେ ହିସାବୀ ହସେ


ଅମୃତଲୋକରୁ ଓଁକାର ଆସେ

ଅଙ୍କାବଙ୍କା ଆତ୍ମ କନ୍ଦାଇ

ମାଟିର ମଦିରା ମାରେ ମନ ବ୍ୟଥା

ମାଟିରେ ମୋହେ ଲୋଟଇ

ରଙ୍ଗରେ ରଙ୍ଗରେ ରଙ୍ଗାଇତ ରାଗେ

ରାଙ୍ଗପାରୁର ରମଣୀ

କେଶରେ କେଶରେ କଣ୍ଟା ପାନିଆକୁ

କୁଞ୍ଚଇ କୁଟିଆ ରାଣୀ


କୁଟିଆ କନ୍ଧର କାଷ୍ଠ କଙ୍କାଳ

କାଲିବି କହିବ କାହାଣୀ

କାଷ୍ଠ ବଙ୍ଗଳା କେ !କାନ୍ଧରୁ କାଢ଼ିବ

କାନ୍ଦି-କନ୍ଦାଇକି ପୁଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract