Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Tragedy Fantasy Thriller

3  

Sunanda Mohanty

Tragedy Fantasy Thriller

କାଶତଣ୍ଡୀ

କାଶତଣ୍ଡୀ

1 min
188



ଶରତର କାଶତଣ୍ଡି କୋଉଠି ଥାଏ

ଆସେ ପୁଣି ଚାଲିଯାଏ ମାଆ ସହ

ଆକାଶରେ ନିଶ୍ଚୟ ତା ଘର

ବଉଦ ସହରୁ ଆସିଛି ଘୋଡାଇ ଧଳା ଚାଦର

ସକାଳେ ସୁରୁଜ କୋଳେ

ମଧ୍ୟାହ୍ନରେ ବଉଦ ତଳେ ll


ଅପରାହ୍ନେ ସୂର୍ଯ୍ୟ ବୁଡ଼ିଲେ ମାଆ କୋଳେ 

ସାୟାହ୍ନେ ତାରା ମେଳେ

ଲୁଚିରହି ଚାହୁଁ ଧରାକୁ ଶରତ ଆସିଲା କାଳେ

ପଧାରିବେ ମାଆ ଧରାକୁ ଯେବେ

କାଶତଣ୍ଡୀ ଯିବି ଦଉଡି ସକାଳେ

ନାଚିବି ଗାଇବି ଶଙ୍ଖ ଧ୍ବନି ତାଳେ ତାଳେ

ଫେରିବି ମାଆ ଫେରିଲା ବେଳେ ll


ଶିଶୁ ପରି ହସି ବଢ଼ାଏ ହାତ

ତୋଳିନିଅ ମାଆ ମତେ କୋଳେ

ମାଆ ପରା ସିଏ ସଭିଙ୍କ ଦୁଃଖ ଗୁହାରି

ଶୁଣିବା ବେଳେ

ନାଚୁ ଦୂରେ ଦୂରେ ନଈ ପଠା ପରେ

ସତେକି କହ୍ନେଇ ଯଶୋଦା ମାଆ ସାଥିରେ

ନାଚେ ଥେଇ ଥେଇ ହୋଇ କି ରାତି ଦିନ କୌତୁହଳେ

ଦିନ ଗଣୁଥାଏ ରାତି ପାହୁଥାଏ ll


ହରିବୋଲ ହୁଳହୁଳି ତାଳେ ତାଳେ

ମଙ୍ଗଳମୟୀ ଜନନୀ ଭସାଣୀ ସାଥେ କାଶତଣ୍ଡୀ

ନଥାଏ ତଳେ, ନଈ କୂଳେ ଅବା

ଚାରଣ ଭୂଇଁ କୋଳେ ll



Rate this content
Log in

Similar oriya poem from Tragedy