STORYMIRROR

Samar Ballav Bhoi

Romance Inspirational

3  

Samar Ballav Bhoi

Romance Inspirational

କାଶତଣ୍ଡି ତୁମେ ପ୍ରେମର ଭାଷା

କାଶତଣ୍ଡି ତୁମେ ପ୍ରେମର ଭାଷା

1 min
198


ପ୍ରେମ ପରଶର ଭରଷାରେ         

ଯାଇଥିଲି ନଦୀପଠା

ସୁଲୁସୁଲୁ ପବନ ବାହାରେ

ହଲୁଥିଲା ତାର ଅଣ୍ଟା ।।

ଖୋଜୁ ଖୋଜୁ ମୁହିଁ ପାଦ ଲାଗିଗଲା 

ଦେହରେ ଲାଗିଲା ପ୍ରେମପରଶର ଅଠା 

ସୁନ୍ଦର ଚେହେରା ସୁଗନ୍ଧରେ     

ମୋର ମନଟିକେ ହଜିଗଲା ।।

ସୁନ୍ଦର ତାର ଭାବଭଙ୍ଗୀ ପୁଣି        

ମନ ଟାଣି ନେଇଗଲା 

ସଫେଦ ଚେହେରା ସଫା ହୃଦୟରେ    

ମନ କିଣି ନେଇଥିଲା ।।

ପ୍ରେମ ଭାବନାରେ ଭୁଲି ଯାଇଥିଲି    

କିଏ ସେ ପ୍ରେମିକା ଥିଲା

ପବନଠୁ ଯେବେ ପଚାରି ବୁଝିଲି             

ସେ ଅଶିଣ ସୁନ୍ଦରୀ ଥିଲା ।।

ଅଜଣା ଠିକଣା ପାଇଗଲି ଯେବେ              

ପ୍ରେମ ଧୀରେ ବଢିଗଲା

କବିର କବିତା କବିର ଭାଷାରେ              

ସିଏ କାଶତଣ୍ଡି ଫୁଲ ଥିଲା।।

କାଶତଣ୍ଡି ପୁଣି କବି କଲମରେ      

ଲାଜେଇ ଟିକିଏ ଗଲା

ତୁମ ପ୍ରେମଭାଷା ଅବୁଝା ମନକୁ             

ବାଟ ଯେ ଦେଖାଇ ଦେଲା 

ସପନ ନିଦ୍ରାରେ କାଶତଣ୍ଡି ଫୁଲ           

ଦେଇଗଲା କେତେ ପ୍ରେମ ଭାଷା।।     

                             

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance