STORYMIRROR

Bibhuti Bhusan Mohanty

Tragedy Children

3  

Bibhuti Bhusan Mohanty

Tragedy Children

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
253


ଆଜି କାର୍ତ୍ତିକ ପୂର୍ଣ୍ଣିମା ଆସିଛି....

ଆକାଶରେ ଆଜି ପୂର୍ଣ୍ଣ ଚାନ୍ଦଟା ଶୀତଳ ଜୋଛନା ବୁଣିଛି

ପ୍ରକୃତି ରାଣୀର ଗଭାରୁ କାକର ଗଜରା ପରାଏ ଖସୁଛି

ସୁଲୁସୁଲୁ ବାଆ ଶୀତଳ ପରଶେ ପହିଲି ଶୀତଟା ଛୁଇଁଛି...

ଦେଖ କାର୍ତ୍ତିକ ପୂର୍ଣ୍ଣିମା ଆସିଛି ।।


ପବିତ୍ର ମାସରେ ପୂଜାପାଠ ବ୍ରତ

ପୁଣ୍ୟ ପ୍ରଦୀପ ଜଳୁଛି...

ତୁଳସୀ ପୂଜନ, ହବିଷ ଭୋଜନ

ନଗର କୀର୍ତ୍ତନ ଚାଲିଛି....

ହରିନାମ ଡାକ, ଜପତପ ବୁଡ଼

ମନରେ ସରାଗ ଭରିଛି....

ଦେଖ କାର୍ତ୍ତିକ ପୂର୍ଣ୍ଣିମା ଆସିଛି।।


ଗାଁ ପୋଖରୀରେ ହୁଳହୁଳି ଶୁଭେ

ବୋଇତ ବନ୍ଦାଣ ଚାଲିଛି....

ପାନ-ଗୁଆ ତୋର ଧରମଟା ମୋର

ଆ-କା-ମା-ବୈ ଡାକ ଶୁଭୁଛି....

ପଞ୍ଚୁକ ସ୍ନାହାନ ମଥାରେ ଚନ୍ଦନ

ବାଲୁକା ସ୍ଥାପନ ଚାଲିଛି....

ଦେଖ କାର୍ତ୍ତିକ ପୂର୍ଣ୍ଣିମା ଆସିଛି।।


ଏ ଧର୍ମ ମାସରେ କରୋନା ଭୂତାଣୁ

ଆମ ଖୁସିରେ ବାଧକ ସାଜିଛି....

ବାଲିଯାତ୍ରା ବନ୍ଦ ମେଳା ମହୋତ୍ସବେ

ସତେ କି ଗ୍ରହଣ ଲାଗିଛି....

ମନ୍ଦିର ଦର୍ଶନ ହୋଇପାରୁନାହିଁ

ନଦୀ ପୋଖରୀରେ ଗହଳି ହେବନି

ସରକାର ବାରଣ କରିଛି....

ଦେଖ କାର୍ତ୍ତିକ ପୂର୍ଣ୍ଣିମା ଆସିଛି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy