Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Panda

Classics

3  

Santosh Kumar Panda

Classics

"କାର୍ତ୍ତିକ ମାହାତ୍ମ୍ୟ"

"କାର୍ତ୍ତିକ ମାହାତ୍ମ୍ୟ"

1 min
377



ଜଗନ୍ନାଥ ଦେଶେ ଓଡ଼ିଶା ପ୍ରଦେଶେ

ବୋଲାଉ ତୁ ଉତ୍କଳୀୟ

 ବାରମାସେ ତେର ପରବକୁ ନେଇ.... ବିଶ୍ଵେ ଯଶ ଗୁଞ୍ଜରଇ ଚାନ୍ଦ ମୁହିଁ।

 ଲୋ ଚାନ୍ଦ ମୁହିଁ

    କାର୍ତ୍ତିକ ମାହାତ୍ମ୍ୟ ତ ଏହି।


 ପଦ୍ମ ପୁରାଣ ବର୍ଣ୍ଣିତ, ବିଜ୍ଞାନ ସହମତ

 ରବିଙ୍କର ଗତି କର୍କଟରୁ ମକରରେ ସ୍ଥିତ ହୋଇ, ଚାନ୍ଦ ମୁହିଁ

କାର୍ତ୍ତିକ ମାହାତ୍ମ୍ୟ ତ ଏହି

 ଲୋ ଚାନ୍ଦ ମୁହିଁ କାର୍ତ୍ତିକ ମାହାତ୍ମ୍ୟ ତ ଏହି।


 ଦେବ ମଧ୍ୟେ ନାରାୟଣ

 ମାସ ମଧ୍ୟେ କାର୍ତ୍ତିକ

 ଯେତେପାରୁଛୁ ପୁଣ୍ୟ

 ଯାଆ ତୁ ସାଥେ ନେଇ

 ଚାନ୍ଦ ମୁହିଁ ।


 ବେଦ କହେ ନାରାୟଣ

 ଏକାଦଶୀ ଆଷାଢ଼ରେ

 କରନ୍ତି ଶୟନ

 ନିଦ୍ରା ତେଜନ୍ତି ପ୍ରଭୁ

 ଏକାଦଶୀ କାର୍ତ୍ତିକରେ

 ଶୁକ୍ଳ ପକ୍ଷ ତ ହୋଇଥାଇ

 ଚାନ୍ଦ ମୁହିଁ ।


 ବିଷ୍ଣୁ ଶିବ ଭଗବାନ

 ପୃଥ୍ବୀ କରନ୍ତି ଭ୍ରମଣ

 ତ୍ରିପୁରାକୁ ବଧି ଶିବ

 ଯଶ ବୃଦ୍ଧି କଲେ ମହୀ

 ଚାନ୍ଦ ମୁହିଁ ।


 କାର୍ତ୍ତିକ ସ୍ନାହାନ ସାରି

 ତୁଳସୀ ଚଉଁରା ମୂଳେ

 ବାଲୁକା ପୂଜନ କରି

 କାର୍ତ୍ତିକ ମାହାତ୍ମ୍ୟ ପଢି

 ନାମ ସଂକୀର୍ତ୍ତନ କରି

 ଦେଇଦେ ହୁଳହୁଳି

 ଚାନ୍ଦ ମୁହିଁ ।


 ହବିଷ ମାସ ଯାକ

 ବାରଣ ଖାଦ୍ୟ କେତେକ

 ପାଞ୍ଚ ଦିନ ପଞ୍ଚୁକ

 ନିଶ୍ଚେ ଚାନ୍ଦ ପାଳିବୁଇଁ

 ଚାନ୍ଦ ମୁହିଁ ।


 ଏଇ ମାସ ପୂର୍ଣ୍ଣମୀରେ

 ସାଧବଙ୍କ ସ୍ମୃତି ନେଇ

 ପାନ ଗୁଆ ଦୀପ ଥୋଇ

 ଆ କା ମା ଭୈ କହି

 ବୋଇତ ବନ୍ଦାଣ କାର୍ଯ୍ୟ

 ଧୁମଧାମେ କରିବଇଁ

 ଚାନ୍ଦ ମୁହିଁ ।


 


Rate this content
Log in

Similar oriya poem from Classics