STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

କାରଣ ସେ ପରା ବାପା

କାରଣ ସେ ପରା ବାପା

1 min
23

ଯେଉଁ ବାପା ଥିଲେ ଫଳନ୍ତି ଗଛ  

   ଆଜି ହୋଇଗଲେ ଥୁଣ୍ଟା

ଯିଏ ଥିଲେ ଦିନେ ଜୀବନ ସାହାରା

  ଆଜି ହେଲେ ରାସ୍ତାର କଣ୍ଟା


ପରିବାର ବୋଝ ବୋହି ବୋହି ଯିଏ

    ଆମକୁ କଲେ ମଣିଷ

ସେ ବୋଝର ମୂଲ୍ୟ କିଏ ବା ବୁଝିବ

    ଆମେ ପରା ଅମଣିଷ,


ଅଭାବ ପୂରଣ କରିଥିଲା ଯିଏ

    ଦିନ ରାତି ଏକା କରି

ଆଜିର ମଣିଷ ବୁଝିପାରେ ନାହିଁ

   ହୋଇ ଯାଏ ତା ବଇରି


ଆଜିର ସନ୍ତାନ ସବୁ ଭୁଲିଯାଇ

   ନିଜ ସ୍ୱାର୍ଥ ପଛେ ଧାଏଁ

ନିଜ ସ୍ୱାର୍ଥ ପାଇଁ ଜନମ ଦାତାକୁ

    ଶତ୍ରୁ ବୋଲି ଭାବୁଥାଏ


ସନ୍ତାନ କହୁଛି ଜନମ ଦାତାକୁ

    ମୋର ପ୍ରତି ଦୟା କର

ବୃଦ୍ଧାଶ୍ରମେ ତୁମେ ଚାଲିଯାଅ ବାପା

    ଭୁଲିଯାଇ ଆମ ଘର


ସନ୍ତାନ ସୁଖରେ ଯିଏ ସୁଖୀ ହୁଏ

   ହୁଏ ନାହିଁ କେବେ ଖପା

ସନ୍ତାନ ଖୁସିରେ ବୃଦ୍ଧାଶ୍ରମ ଯାଏ

   କାରଣ ସେ ପରା ବାପା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational