STORYMIRROR

ପବିତ୍ର ବେହେରା , ସମ୍ବଲପୁର

Tragedy Inspirational Others

3  

ପବିତ୍ର ବେହେରା , ସମ୍ବଲପୁର

Tragedy Inspirational Others

କାନ୍ଦ ନା ରେ ମନ

କାନ୍ଦ ନା ରେ ମନ

1 min
175

     କାନ୍ଦନା କାନ୍ଦନା କର

           ଅପେକ୍ଷା ସମୟକୁ,

        ଦୁଃଖ ତୁୁୁମର ହେବ ଦୂର

           ଡାକ କାଳିଆ କୁ।।

   ‌     ଦେଖ ହେଲା କେମିତି କା

            ଆଜି ର ଏ ସମୟ,

        ଧରଣୀ ମା ତୁଣ୍ଡି ବାନ୍ଧି

           ମୁହେଁ ହେଉଛି ଅଥୟ।।

        କହେ ଆସି କରୋନା ଏ କାନେ

      ‌        ସୁଧୁରି ଯା ରେ ମଣିଷ,

        ପାପ କାର୍ଯେ କାଇଁ ବଳାଉ ମନ

            ତୋ ପାଇଁ ସେ ହେବ ବିଷ।।

        କେତେ ମଲେଣି ଗଲେଣି

                        ନାହିଁ ତାହାର ହିସାବ,

                ଅତି ଶୀଘ୍ର ତୋ ପାଶେ

                      କ୍ରୁର ଯମ ଆସି ପହଞ୍ଚିବ।।

                ଏ କି ଘୋର କାଳ ପ୍ରଭୁ

                       ସବୁ ହୁଏ ବ୍ୟତିକ୍ରମ,

                ସ୍ୱାମୀ ମାରେ ମୁଣ୍ଡିଆ ସ୍ତ୍ରୀ କୁ

                     ଶୀତ ଦିନେ ଲାଗଇ ଉଷୁମ।।

                ସବୁ ତାଙ୍କରି ମାୟା ଭାଇ

                      ନ ପାରଇ କେହି ଜାଣି,

              ଅଛି ବି ସମୟ ଯା ରେ ସୁଧୁରି

                      ଯମ ତୋତେ ନେବ ଟାଣି।।

              ତାଙ୍କରି ପାଦେ ପଶ ରେ ଶରଣ

                     ପାରି ହେବୁ ଭବ ସାଗରୁ,

              ମିଛ ମାୟା ସଂସାର ଏ

                     କାହିଁ ଘାଣ୍ଟି ହେଇ ମରୁ।।

        ‌    ଦୁନିଆଁ ଆଜି ଘରେ ବାନ୍ଧି ହୁଏ

                    ଡରଇ ଛୋଟ ଅଣୁ କୁ,

             କାହିଁ ଗଲା ତୁମ୍ଭ ବାହୁ ବଳ

                   ଭାବନି ବଡ଼ ନିଜେ ନିଜକୁ।।

        ତ୍ରୁଟି ପାଇଁ କରିବେ କ୍ଷମା

                  ମନୁ ଭାବି ଲେଖେ କିଛି,

        ମନ ମୋ ପାଗଳ

                   ଜାଣେ ନାହିଁ ମୁଁ କିଛି।।           

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy