STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

କାମନା ଜୁଇ

କାମନା ଜୁଇ

1 min
231


ପ୍ରଥମ ଦେଖାରେ 

ତୋ ଆଖି କଳାରେ

ଛପି ମୁଁ ରହିଲି ଯାଇ

ସେଇ ଦେଖାରେ

ତୋ ଗୋଲାପି ଅଧରେ

ଛବି ମୋ ଫୁଟିଲା ଯାଇ l


ସେ ଦିନୁ ଭାବୁଛି

କହିଦେବି ସବୁ

କିଛି ଲୁଚାଇବି ନାହିଁ

ସତରେ ଗୋ ସଖି

ତୋ ପାଦ ଯୁଗଳେ

ପରାଣ ରହିଛି ଯାଇ l


ଜାଣୁଛୁ କି ସହି

ମୋ କବି ପରାଣ

ବ୍ୟାକୁଳ ତୋହରି ପାଇଁ 

ଟିକିଏ ପରଶେ

ଉଛୁଳିବ ଅବା

ମୋ ମନ ପିପାସା ନଈ l


ମନ୍ଦ ମନ୍ଦ ହସି

ଚାଲିଆସୁ ଯେବେ

ମୋ ଗହନ ହୃଦୟ ଛାଇ

ଅପସରି ଯାଏ

ଉଷାର ରାଗରେ

ସପନୁ ଉଠେ ମୁଁ ଚେଇଁ l


ପାରେନା ଗୋ ସହି

କହିଦେଇ ତୋତେ

ଝୁରଇ ମୁଁ କାହା ପାଇଁ

କହିଦେଲେ ଅବା

ଲିଭିଯିବ ମୋର

ଜଳନ୍ତା କାମନା ଜୁଇ l


******


Rate this content
Log in

Similar oriya poem from Romance