କାଳିଆ
କାଳିଆ
କଳାର ରଙ୍ଗଟି ବୋଳି ଅଛ ପ୍ରଭୁ
ଦେହେ ତୁମର
ତୁମ ଭଳି କେହି ନାହିଁ ପରା ଆହେ
ଜଗତେ ମୋର।
ଯୋଉ ଦୁନିଆକୁ ଗଢ଼ି ଅଛ ତୁମେ
ଖଣ୍ଡିଆ ହାତେ
ଡାକି ନିଅ ପୁଣି ବଡ଼ ଦେଉଳକୁ
ଆନନ୍ଦେ ଚିତ୍ତେ।
ଶୁଣିଛି ତମର ପଲକ ନଥାଇ
ନିଦ୍ରାରେ ଯାଓ
କାନ ଦୁଇ ମଧ୍ୟ ନଥାଇ ତୁମେ
ଗୁହାରି ଶୁଣ।।
ଭକତ ଦର୍ଶନ କରିବାକୁ ତୁମେ
ଓହ୍ଲାଇ ଆସ
ପହଣ୍ଡି ବିଜେକୁ ଦେଖିଦେଲେ ତୁମ
ଆଖି ଝଲ୍ ସେ।
ଆହେ ନଟବର କାଳିଆ ସାଆନ୍ତ
ଭାବର ଗ୍ରାହୀ
ତୁମେ ନ ଶୁଣିଲେ ଶୁଣିବାକୁ ପ୍ରଭୁ
କେହିତ ନାହିଁ ।
କାହାପାଇଁ ତୁମେ କଳା କଇଁ ପ୍ରଭୁ
କାହାପାଇଁ କଳା କୃଷ୍ଣ
ଗୋପ ପୁରେ ପ୍ରେମ ଅଧାରେ ରଖିକି
ଶ୍ରୀକ୍ଷେତ୍ରେ ଗଢ଼ିଲ ବାସ ।
କିଛି ନ ମାଗିକି ଏତିକି ମାଗୁଛି
ନିଅ ଥରେ ମୋତେ ପୁରୀ
ତୁମ ଦରଶନେ ପାପୀ ଆଖି ମୋର
ପୂର୍ଣ୍ୟରେ ଯାଉ ହେ ଭରି ।
ତୁମେ ମହାପ୍ରଭୁ ଜଗତ ଠାକୁର
ବଡ଼ ଦାଣ୍ଡେ ଅଛ ବସି
ତୁମ ପାଇଁ ଆଜି ଗର୍ବିତ ଓଡ଼ିଶା
ପ୍ରତିଟି ଓଡ଼ିଆବାସୀ।