STORYMIRROR

Kalandi pal

Inspirational

3  

Kalandi pal

Inspirational

କାଳିଆ ସାଆନ୍ତା

କାଳିଆ ସାଆନ୍ତା

1 min
245


ସାଆନ୍ତ...... ସେ କାଳିଆ ସାଆନ୍ତ

 ସାରା ଜଗତର ବଡ଼ ସାଆନ୍ତ

ଜଗତ ନଉକା ନାଉରି ସିଏ ଯେ

    ବାହେ ହାତେ ଧରି କାତ l

ସାରା ରାଇଜର ବୋଝ ତା ମୁଣ୍ଡରେ

ସବୁ ପାପ ଧୋଇ ଯାଏ ତା ଦାଣ୍ଡରେ

ସାରା ରାଇଜର ଗୁହାରି କାନରେ

ସାରା ଜଗତର ଦୁଃଖି ତା ପାଖରେ

ସଭିଙ୍କୁ କୋଳେଇ ନିଏ ସେ କୋଳରେ

     ମନା କରେ ନାହିଁ ସେ ତ l


ସାରା ଜଗତର ଧନ ତା ଭଣ୍ଡାରେ

ଜଗତର ପଡି ଦାତ୍ରୀ ଯା ପାଖରେ

ଷାଠିଏ ପଉଟି ନିତି ଯେ ବାଣ୍ଟଇ

ଲକ୍ଷ ଲକ୍ଷ ଭକ୍ତ ନିତି ଯେ ଦେଖଇ

ଖାଲି ହାତେ କେହି ଫେରନ୍ତିନି ତାଠୁ

    ମାଗିଲେ ପତାଇ ହାତ l



Rate this content
Log in

Similar oriya poem from Inspirational