STORYMIRROR

Chittaranjan Lenka

Inspirational Others Abstract

3  

Chittaranjan Lenka

Inspirational Others Abstract

କାଳିଆ କହ ତୁ ସତ

କାଳିଆ କହ ତୁ ସତ

1 min
27K


ମୋ ଭାବ ସମ୍ପର୍କ ଭାବନା ରାଜ୍ୟରେ

କେବଳ ଥାଏ ସୀମିତ

ଏ ନିନ୍ଦା ବି ମୋତେ ଶୁଣିବାକୁ ଥିଲା

କାଳିଆ କହ ତୁ ସତ ?

କେଉଁ ନିନ୍ଦା ଆଉ ବାକି ରହିଗଲା

କେବେ ସରିବ ହିସାବ

ତୋତେ କି ଅଜଣା ଅଛିରେ କାଳିଆ

ଥରେ ମୋ କଥା ତୁ ଭାବ

ଦରିଆରେ ଯଦି ବୁଡି ମରିଯାଏ

ତୋତେ ମୁଁ ନିନ୍ଦିବି ନାହିଁ

ଜାଣି ସାରିଲିଣି ମୋର କର୍ମ ଫଳ

ଦଣ୍ଡ ପାଏ ସେଥିପାଇଁ

ଚିତ୍ତରଞ୍ଜନ ଲେଙ୍କା,କଟକ


Rate this content
Log in

Similar oriya poem from Inspirational