କାଳ
କାଳ
ଜୀବନ କି ଜାଣେ
ସେ ପାଣି ଫୋଟକା
ପଡି ଝଡି ଯିବ ଫାଟି
ମୃତ୍ୟୁ କି ଜାଣେ
ଅଫୁଟା ଫୁଟିଲା
ଚେର ମୂଳ ଦିଏ କାଟି ll
ଗଛ ବଢ଼ାଇବ
ଫଳ ପଚାଇବ
ପଚା ଫଳ ଯିବ ଝଡି
ତେବେ ଯାଇ ସିନା
ଜୀବନ ସାର୍ଥକ
ଶେଷ ଶାନ୍ତି ମୃତ୍ୟୁ ଘଡି ll
ମୃତ୍ୟୁ କି ଜାଣଇ
ଧନି କି ଗରିବ
କି ଜାଣେ ଦେବ ଦାନବ
ପିମ୍ପୁଡି ହେଉ ବା
ହେଉ ଐରାବତ
କାଳ ତାକୁ ବାନ୍ଧି ନେବ ll
ଖେଳନା କେବଳ
ଜୀବନ ବିଧିରେ
ଖିଅ ନିର୍ଦ୍ଦେଶରେ ଖେଳେ
କୀର୍ତ୍ତି ଅର୍ଜିଥିଲେ
ପିଣ୍ଡ ପୋଡି ଗଲେ
ନାମ ରହେ କାଳେ କାଳେ ll