STORYMIRROR

Santosh Pattnayak

Abstract

2  

Santosh Pattnayak

Abstract

କାଳ ଲେଖିଲାଣି କଳି ଇତିହାସ

କାଳ ଲେଖିଲାଣି କଳି ଇତିହାସ

1 min
3.1K


ଅତୀତର ଛବି ଗଲାଣି ତ ଲିଭି

  ନାଇଁ ସେ କାହାଣୀ ଆଉ ,

କାଳ ଲେଖୁଅଛି କଳି ଇତିହାସ

   ଆଭା ଦିଶେ ଦାଉଦାଉ.... !

    ଜୀବ ଦଶା ସହୁ ସହୁ

ଅକାଳେ ନ'ଛିଡୁ ବନ୍ଧା ବସା ଡାଳ

     ରଖ ପ୍ରଭୁ ମହାବାହୁ....


ରାଜନୀତି ଫାଶେ ବନ୍ଧା ନ୍ୟାୟାଳୟ 

    ଶାସକର ଚକ୍ରବିହ୍ବେ 

ମାନବିକତାଟା ଶ୍ବାସରୁଦ୍ଧ ଏବେ 

   ଭୋଗବିଳାଷର ଫାନ୍ଦେ...

    ଜନନୀ ହୃଦୟ କାନ୍ଦେ ,,,,

 ଇଜ୍ଜତ ବିକନ୍ତି  ନିଜ ସୁତା ସୁତ 

   କ୍ଷମତା ଲୋଭି ସରବେ....

 

ଜିତିବା ନିଶାରେ ଚରିତ୍ର ଦହନ 

    ପାଶ୍ଚାତ୍ଯ ସଂସ୍କୃତି ପାଇଁ 

ଅତୀତ କୋଳରେ ସ୍ବଦେଶୀ କଳାଟା 

    ସଜାଡୁଛି ନିଜ ଜୁଇ....

  ଖେଳ ଖେଳେ କଳା ସାଇଁ,,,,,

କଳିର ରାଜନ କଳୁଛି ବିଜ୍ଞାନ

   ଦେଖେଇକି ତାର ଛଇ....


ଅଚ୍ୟୁତ ଭାବନା ବ୍ୟାଧି ଯେ ଅଚିହ୍ନା  

   ରୋଗ ରୂପେ ଯୋଗମୟା 

ମହୀ ଦୁଲୁକାଇ ଖେଳ ରଚିବଇ

    ବଇଦ ହୋଇବେ ବାୟା

    ରଖ ଏବେ ଜୀବେ ଦୟା

ଜୀଇଁକି ଜୀଇଁବା ଶିଖାଅ ସଭିଙ୍କୁ 

     ପରିବେଶ ଆମ ଛାୟା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract