STORYMIRROR

Manorama Mohanty

Abstract

2  

Manorama Mohanty

Abstract

କାଲି କିଏ ଦେଖିଛି

କାଲି କିଏ ଦେଖିଛି

1 min
2.9K

ସକାଳ ହୋଇଲେ ଫୁଲ ବି ଜାଣେନି 

ମଶାଣି ଯିବନା ସେ ମନ୍ଦିର 

ଛାର ଜୀବନକୁ ଅଛି କି ଭରଷା 

କାହିଁକି ବା ଏତେ ଅହଂକାର? 


ଧନ ଦଉଲତ କି ଅବା ହୋଇବ 

ସଙ୍ଗତେ ଯିବନି ଶେଷେ କିଛି 

ସାଉଁଟିବା କିଛି ମିଠା ମିଠା ସ୍ମୃତି 

ଯେତେବେଳେ ଯାହା ମିଳୁଅଛି. 


କେହି ଚିରସ୍ଥାୟୀ ନୁହେଁ ଏ ଧରା ରେ 

ଆସିଚେ ତ ଦିନେ ଚାଲି ଯିବା 

କ୍ଷଣିକ ଜୀବନେ ହିଂସା, କ୍ରୋଧ ତେଜି 

ସବୁରି ମନକୁ ତୋସି ନେବା. 


ପାର୍ଥିବ ଶରୀର ହଜିଯିବ ଦିନେ 

ରହିବ କେବଳ କୀର୍ତ୍ତି, ଯଶ 

ନିଶ୍ୱାସ କୁ ଭାଇ ବିଶ୍ୱାସ ତ ନାହିଁ 

ମୃତ୍ୟୁ ଦେଖେ ନାହିଁ ଯେ ବୟସ. 


କିଏ ଜାଣେ କେବେ କା' ହାତମୁଠାରୁ 

ଅଦୃଶ୍ୟ ଆୟୁଷ ଯିବ ଖସି 

ଯେତିକି ମୁହୂର୍ତ୍ତ ମିଳିଛି ଜୀବନେ 

କାଟି ଦେବା ଆସ ହସି ହସି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract