STORYMIRROR

Kulamani Sarangi

Inspirational

3  

Kulamani Sarangi

Inspirational

କାହ୍ନାକୁ ଦିଅନା ନିନ୍ଦା

କାହ୍ନାକୁ ଦିଅନା ନିନ୍ଦା

1 min
13.9K


କାହ୍ନାକୁ ଦିଅନା ନିନ୍ଦା ଲୋ ସଜନୀ ସେଇ ମୋ ଗଳାର ହାର, ମୁହିଁ କଳଙ୍କିନୀ ପୂର୍ଣ ଚନ୍ଦ୍ରମାରେ ଆଙ୍କିଦେଲି କଳାଗାର।

ମୋପାଇଁ ସଖୀଲୋ ନିନ୍ଦା ପାଉଛନ୍ତି କେତେ ମୋର ଶ୍ୟାମଘନ, ନମଲି ମୁଁ ଯାହା ଛାଡିଗଲେ ବଂନ୍ଧୁ ଶେଷେ ଗୋପ ବୃନ୍ଦାବନ।


ଦେହଟି ଚିକ୍କଣ କଳା ଲୋ ସଜନୀ ତୋଫା ଗୋରା ମନ ତାର, ତା ମନ ଭିତରେ ଘର କଲି ବୋଲି ଗୋରା ହେଲା ତନୁ ମୋର।

କରୁଥିଲି କେତେ ଗର୍ବ ଲୋ ସଜନୀ କାହ୍ନା ଏକା ମୋର ବୋଲି ସେଇ ଗର୍ବ ମୋର ଖର୍ବ ହେଲାତାଙ୍କୁ ପାଇ ମଧ୍ୟ ନପାଇଲି।

ତାଙ୍କୁ ଭଲପାଇ ମନ ପ୍ରାଣ ଦେଇ ନିତି କରୁଥିଲି ପୂଜା, କେଉଁଠି ଅଭାବ ରହିଗଲା ସତେ ଛାଡିଗଲେ ବ୍ରଜ ରାଜା।


ବନସ୍ତେ ଡାକିଲା ସାରୀ ଲୋ ସଂଗାତ ଶ୍ୟାମ ନ ଚାହିଁଲେ ଫେରି ଆଖିର କଜଳ ଧୋଇଯାଏ ମୋର ଝରି ନୟନରୁ ବାରି।

ବଂଶୀଟି ଧରାଇ ଦେଇ ଲୋ ସଂଗାତ ଚାଲିଗଲେ ହସିଦେଇ, ଏବେ ସେ ମୁରଲୀ ଆଖିରେ ପଡିଲେ ଲୁହଧାର ଯାଏ ବହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational