କାହିଁ ପ୍ରିୟ ଦିନ
କାହିଁ ପ୍ରିୟ ଦିନ
ପ୍ରିୟ ଦିନ ସବୁ ଝଡ଼ି ଗଲେ
ଖସି ଗଲେ କାକର ହେଇ
ପତ୍ରରୁ
ମରି ଗଲେ ସ୍ମୃତି ସବୁ
ମୁଖ୍ୟରାସ୍ତାରେ
ଦିନ ଦି ପ୍ରହରେ
ଆଜିର ଏ ନିଃସଙ୍ଗ ମୁହୂର୍ତ୍ତରେ ,ଗଣୁଚି ମୁଁ
ସମୟର ଆକାଶରେ
ଚିକ଼ ମିକ଼ ତରା ସବୁ ॥
ପ୍ରିୟ ଦିନର ସବୁଜ କ୍ଷଣକୁ
ପାଟ କନାରେ ଗୁଡ଼େଇ ତୁଡ଼େଇ
ସଯତନେରଖିଲି ,
ସାତ ତାଳ ପାଣିର ପଙ୍କ ଭିତରେ
ଝଡ଼ ହେଲା `ଲାଗିଗଲା ନିଆଁର ଝଲକ
ସ୍ୱପ୍ନର ଭଅଁର ମାନେ ଉଡ଼ିଗଲର ॥
ଶୂନ୍ୟ ଶୂନ୍ୟ ମହା ଶୂନ୍ୟର ପାହାଡ଼ ଉପରେ
ମୁକୁଟ ବିହୀନ ସମ୍ରାଟ ମୁଁ
ନିରସ୍ତ୍ର
ଏତେ ବଟ ଲମ୍ବା ଦରଖାସ୍ତ ଟିରେ
ଏକ଼ଲା ମଣିଷର
ବିବର଼ନ ସ୍ୱାକ୍ଷର !
ପ୍ରିୟ ଦିନ ପ୍ରିୟ ଫୁଲ
ସାଗରର ନୀଳ ଢେଉ ଭଳି ଆସୁଥିବ ॥
ଶବ ଶବ ଲାଗେ ଆଜିର ଦିନ ସବୁ ॥
ଭଙ୍ଗା ଖେଳନା ସବୁ
ସମୟର ଅଗଣାରେ ।
କୃଷ୍ଣଚୂଡ଼ାରେ ଲହଡ଼ି ଭାଙ୍ଗୁଛି
କଳାରକ୍ତ
ପ୍ରିୟ ଚିଠି ସବୁ ମେଘୁଆ ପାଗର
ଉଦାସୀନତାରେ ଭର଼ତି
ନିଛାଟିଆ ଓ ନିସ୍ତବ୍ଧତା ଆଜି
ଜମି ଯାଏ ପରସ୍ତ ପରସ୍ତ ଧୂଳି
ପ୍ରିୟ କବିର କାବ୍ୟରେ॥

