STORYMIRROR

Shashanka sekhar Ray

Abstract

2  

Shashanka sekhar Ray

Abstract

କାହିଁ ଆଉ ସେଦିନ

କାହିଁ ଆଉ ସେଦିନ

1 min
308

ଖୁବ ନିଆରା ଲାଗୁଥିଲା ସେଦିନ

ଗାଁ ନଈପଠାର ସୁଲୁସୁଲିଆ ପବନ

ଝଙ୍କାଳିଆ ବରଗଛ ଖୋଲା ପଡିଆ ନୀଳ ଆକାଶ

ପୁନେଇଁ ରାତିର ଗୋଲ ଜହ୍ନ 

କିଟିମିଟିଆ ଅନ୍ଧାରରାତି 

ଝିପିଝିପି ବରଷା ବିଜୁଳି

 ହାଡଭଙ୍ଗା କୁହୁଡି ବୋଳା ଶୀତର ଅନୁଭୁତି

ମାମୁଁଘର ଗାଁର ଦୂର ତାଳବଣ

ଭରିଦେଉଥିଲା ପ୍ରାଣେ

ମିଠା ମିଠା କେତେ ଶିହରଣ


ଜେଜେମା କୋଳେ ଗପ ଶୁଣୁ ଶୁଣୁ

ଆଖି ଲାଗିଯାଉଥିଲା ନିଦରେ

ସପନେ କେତେ ରାଜକୁମାରୀ ମୋତେ ଆସି

ପିନ୍ଧାଉଥିଲେ ବରଣମାଳା

ଗୋଡ ଲମ୍ଵାଇ ଚୁଟି ଖେଳାଇ

ବୁଢୀ ଅସୁରାଣୀଟା ପାଖ କିଆ ବୁଦାମୂଳେ

ଡାକୁଥିଲା ତା ପାଖକୁ ଦେଇ ରାଣ


ମିଞ୍ଜିମିଞ୍ଜି ଲଣ୍ଠନ ଆଲୁଅରେ

ବର୍ଣ୍ଣବୋଧ ପଢା ପଣକିଆ ଘୋଷା

ଟିଉସନ ସାରଙ୍କର ବେତମାଡ ନାଲିଆଖି

ଗଛଚଢା ନଈପହଁରା ମାଛଧରା

ପର ବାଡିରେ ପଶି ଫୁଲ ଆମ୍ଵ ପିଜୁଳି ବରକୋଳି 

ଲୁଚି ଲୁଚି ତୋଳିବା ସାଙ୍ଗମେଳେ

ବାପାଙ୍କର ମାଡଗାଳି ମାର ସେନେହବୋଳା ପଣତେ

ଆଖିରେ ଆଖିଏ ସପନ ଭରି

ଚାହିଁଥିଲି ଚୁପଚାପ ନୀଳ ଆକାଶକୁ


ସେଇ ଆକାଶ ଅଛି ଆଜି ସେଭଳି

ମୁଁ କିନ୍ତୁ ବଦଳିଯାଇଛି ଅନେକ

ସହିପାରୁନି ଆଉ ବାପାଙ୍କର ଗାଳି

ମୁହଁ ଗୁଞ୍ଜିପାରୁନି ମାର ପଣତେ

ମୁହଁ ଫେରାଇନେଇଛି ମୋ ଗାଁଠାରୁ

ଆକାଶରେ ଉଡିବାର ନିଶା ଘାରିଛି

ତୁଟାଇ ଦେଇଛି ସବୁ ସମ୍ପର୍କ

 ସମସ୍ତଙ୍କ ଠାରୁ ଆଜି ଯେମିତି 

ନିଜେ ମୁଁ ନିଜକୁ ଚିହ୍ନିପାରୁନି

ଅନ୍ଧାରରେ ନିଜ ଛାଇକୁ ଦେଖି

ଛେପ ଢୋକି କେତେଥର ଚମକୁଛି

 ରାଜକୁମାରୀର କଅଁଳ କଥାରେ

ଭରଷା କରି ବୁଢୀଅସୁରାଣୀର ଜାଲେ

ମୁଁ ଯେମିତି ସାରା ଜୀବନ ଫସିଯାଇଛି 

ନା ମୋପାଇଁ ଆଗକୁ ରାସ୍ତା ଅଛି

ନା ରାସ୍ତା ଅଛି ପଛକୁ ଫେରିଯିବାକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract