STORYMIRROR

Dipti lekha Mishra

Tragedy

3  

Dipti lekha Mishra

Tragedy

କାହାକୁ ମାଗିବି

କାହାକୁ ମାଗିବି

1 min
231

କହରେ କାଳିଆ କାହାକୁ ମାଗିବି

କିଏ ଦେବ ମୋତେ କହ

ଖିଏ ହସ ପାଇଁ ଭିକାରୀ ତୋ ବଡଦାଣ୍ଡେ

ଦେବୁ କି ନା ନାହିଁ କହ ?


ଭିକ ମାଗିବାକୁ ଲାଗୁନାହିଁ ଲାଜ ମୋତେ

ତୋ ଦୂଆରେ ବସିବାକୁ

ଆଖିର ଲୁହକୁ ପୋଛିଦେ କାଳିଆ

ଫେରା ମୋ ଖିଏ ହସକୁ ॥


ଭଲ ଲାଗୂଛି କି ତୋତେରେ କାଳିଆ

ହିନୀମାନ କରିବାକୁ

ହଁ କି ନା ନାହିଁ କହିଦେ ଥରଟେ କାଳିଆ

ବିଶ୍ବାସ ଗଲାଣି ଚୁଲିକୁ ॥


ତୁ ନ ରଖିଲେ କାହା ଦୂଆର ଯିବିନି

ନେଇଯା ରେ ମଶାଣିକୁ

ଆଉ ସମ୍ଭାଳିବା ଶକତି ନାହିଁ ମୋର

ନେଇଯା ରେ ତୋ ପାଖକୁ ॥


ଜୀବନ ଜଞ୍ଜାଳ ଭାରୀ କଷ୍ଟମୟ

ତଥାପି ସହିଲି ଏତେ

ଆଉ ମୋର ବଳ ନାହିଁରେ କାଳିଆ

ପୁଣି ଜନମ ଦେବୁନି ମୋତେ ॥


ଖିଏ ହସ ବି ତୁ ଦେ କି ନ ଦେ

ସ୍ବର୍ଗଦ୍ବାରେ ଜାଗା ଦେ

ଆଉ କିଛି ଲୋଡା ନାହିଁ ରେ କାଳିଆ

ମୋତେ ତୋର ତୁ କରିଦେ ॥


Rate this content
Log in

Similar oriya poem from Tragedy