STORYMIRROR

Manorama Mohanty

Tragedy Others

3  

Manorama Mohanty

Tragedy Others

କାହାକୁ କହିବା ଆମେ

କାହାକୁ କହିବା ଆମେ

1 min
245


କିଏସେ ହେବ ଆଉ

     ସଚେତନ ବା ଏଠି,

ବେଳକୁ ବେଳ ଆସେ

     ଅନ୍ଧାରୀ ମାୟା ଘୋଟି।

ସେଇ ମାୟାରେ ବାୟା

     ସୃଷ୍ଟିର ଶ୍ରେଷ୍ଠ ଜୀବ,

ପ୍ରତିକ୍ଷଣରେ ରଚେ

     କର୍ତ୍ତାରେ ଦ୍ରୋହ ଭାବ।

ଯେତେକ କ୍ରିୟା ଆଉ

     ପ୍ରକ୍ରିୟା ଏଇଠାରେ,

ନିର୍ବୋଧ ଏ ମଣିଷ

     ରଚୁଛି ବିଜ୍ଞତାରେ।

କରୁଛି ବୃକ୍ଷ ବଂଶ

     ନିପାତ ଜାଣିଶୁଣି,

ସ୍ବାର୍ଥର ବଶେ ନିଜ

     ମରଣ ଆଣେ ଟାଣି।

ବାୟୂ ସ୍ତରରେ କଲା

     ଆଘାତ ବାରମ୍ବାର,

ଅଧିକ ଉତ୍ପାଦନେ

     ଭରିଦେଲା ଜହର।

କାହାକୁ କହିବା ଗୋ

     ପ୍ରମତ୍ତ ଏଠି ସର୍ବେ,

ତଥାପି ଚାଲୁଛନ୍ତି

     ଫୁଲାଇ ଛାତି ଗର୍ବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy