Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational

4  

Bharatabandhu Biswal

Tragedy Inspirational

କାହାକୁ କାହିଁକି କହିବା

କାହାକୁ କାହିଁକି କହିବା

1 min
226



ଆମ ଅପକର୍ମ ଦୋଷ କାରଣରୁ

ଦୁଷ୍ଫଳ ନିଶ୍ଚୟ ଭୋଗିବା

ଭାଗ୍ୟ ଭଗବାନ ନିନ୍ଦିବା କାହିଁକି

କାହାକୁ କାହିଁକି କହିବା ।


ଆମେ ମାନିବାନି ସମ୍ବନ୍ଧ ସମ୍ପର୍କ

ସାମାଜିକ ସୁସଂସ୍କାର

ସ୍ନେହ ପ୍ରେମ ମୈତ୍ରୀ ସୁବିଶ୍ୱ।ସ ଭୁଲି

କରିବା କପଟାଚାର ।


କରୁଥିବା ଯେତେ ଅନ୍ୟାୟ ଦୁର୍ନୀତି

ଲାଞ୍ଚ ମିଛ ଭ୍ରଷ୍ଟାଚାର

ଲଡ଼ୁରୁ ବୁନ୍ଦିଏ ସମର୍ପି ମାଗିବା

 ପ୍ରଭୁ ହୁଅ ଦୟାଶୀଳ ।


ନିଜ ଅଜ୍ଞାନତା ଅସତର୍କ ପଣୁ

ହୁଏ ଚୋରି ଦୁର୍ଘଟଣା

ବଢେ ଦୁଃଖ କଷ୍ଟ ରୋଗ ମହାମାରୀ

ପାଠଶାଠ ବାଟବଣା ।


ଗଢ଼ିଛନ୍ତି ବିହି ସମାନ ସୁନ୍ଦରେ

ଦେଇଛନ୍ତି ବୁଦ୍ଧି ଜ୍ଞାନ

ହିଂସା ଅହଙ୍କାରେ କରୁଛି ମଣିଷ

ପ୍ରକୃତିକୁ ହେୟଜ୍ଞାନ ।


ଜଳ ସ୍ଥଳ ବାୟୁ ଆକାଶ ପଦାର୍ଥ

ଜଙ୍ଗମ ପ୍ରାଣୀ ଉପରେ

ମଣିଷ ନିଜକୁ ବୋଲାଉଛି ପ୍ରଭୁ

ରଖୁଛି ସ୍ୱ ଅଧିକାରେ ।


ହୁଅ ସଚେତନ ସଂସ୍କାର ସମ୍ପନ୍ନ

ଖେଳନି ପ୍ରକୃତି ସଙ୍ଗେ

ପ୍ରକୃତି କୋପରୁ ହେବ ଅମଙ୍ଗଳ

ପ୍ରଳୟ ଘୋଟିବ ଭବେ ।

 ------



Rate this content
Log in

Similar oriya poem from Tragedy