STORYMIRROR

Sangita Mishra Satapathy

Children

3  

Sangita Mishra Satapathy

Children

କାଗଜମୁଖା

କାଗଜମୁଖା

1 min
152


ମୁଖା ତ ମୁଖା କାଗଜମୁଖା 

କେଡେ ସୁନ୍ଦରିଆ ଜାଣିଥା

କାଗଜ,କପଡା,ଅଠା ତିଆରି 

ଶସ୍ତା ,ସୁନ୍ଦର ହାଲୁକା ଭାରି।

ବାଘ,ଭାଲୁ,ସିଂହ, ହାତୀର ମୁଖା

ଶୁଆ,ପାରା,ବଗ କୋଇଲି ,ଶାରୀ

ପଶୁପକ୍ଷୀ ପରିଚୟ ହୁଅଇ 

ଜୀବେଦୟା ଭାବ ହୁଏ ତିଆରି ।

ଦେବାଦେବୀ ଆଉ ଅସୁର ମୁଖା

ପୋଥି ପୁରାଣର କହଇ କଥା

ମେଳଣ ଯାତରେ ମୁଖାପସରା

ହଜିତ ଯାଉଛି ଅତୀତ ଗାଥା

ଚାଲବୁଲିଯିବା ଐତିହଗ୍ରାମ

ରଘୁରାଜପୁର,( ପୁରୀ )ତା ନାମ 

ଦେଖିବା ମୁଖା ନାନା ରକମ

ଗୋଟା ଗୋଟା କରି ଆଣିବା କିଣି

ଖୁସି ହେବେ ପିନ୍ଧି କୁନା ଓ କୁନି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children