STORYMIRROR

Sabita Nayak

Romance

4  

Sabita Nayak

Romance

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
494


କାଗଜଡଙ୍ଗାରେ କାଗଜଡଙ୍ଗା

କହିବୁକି ଥରେ

ସାଥି କଥା ମୋର

ଭାସି ଭାସି ଯାଇ ଦେ ବାରତା।


ପିଲାଦିନର ସେ ମିଛି ମିଛି ଖେଳ 

ସତ ହୋଇଛି ଆଜି

ସାଥି ମୋର କାହା କନିଆ ସାଜି

ମୋ ଠାରୁ ଯାଇଛି ଚାଲି।


ମିଛର ସେଇ କଣ୍ଢେଇ ଖେଳ

ଗାଁ ମାଟିର ଧୂଳି ଧୂସର


ମଥାରେ ତା'ର ସିନ୍ଦୁର ଦେଇ

ହୋଇଥିଲା ମୋ ରାଣୀ

କେମିତି ଗଲା ଭୁଲି

କାଗଜଡଙ୍ଗା କେମିତି ଗଲା ଭୁଲି।



ବରଷା ସୁଅରେ ହାତେ ହାତ ଦେଇ

ଭସାଇ କାଗଜଡଙ୍ଗା

କହିଥିଲା କାନେ ଯିବିନି ମୁଁ ଛାଡି

ତୁମେ ମୋ ଜୀବନନୌକା


ଭଲଥିଲା ତା'ର ଅଭିନୟ

ଭାବିନେଲି ସିଏ ମୋହର


ହୃଦୟ ପରେ ତା' ନାଆଁ ଲେଖି

କରିଥିଲି ମୋ ସାଥି

କେମିତି ଗଲା ଭୁଲି

କାଗଜଡଙ୍ଗା କେମିତି ଗଲା ଭୁଲି।


ପ୍ରେମ ପରିଭାଷା ବୁଝୁ ବୁଝୁ ଆଜି

ବୟସ ଯାଇଛି ଚାଲି

କାଗଜଡଙ୍ଗା ତୁ କହିଦେବୁ କିରେ

ମନକଥା ମୋର ଖୋଲି।


ଲକ୍ଷ୍ମଣରେଖା ପାରୁନି ଡେଇଁ

ପ୍ରେମିକା ମୋ ଚପଳା ନଇ


ଦେଉଛି ଆଜି ପ୍ରେମର ଦ୍ବାହି

ଭଲରେ ଥା ଲୋ ତୁହିଁ

ଯା'ପଛେ ମୋତେ ଭୁଲି

କାଗଜଡଙ୍ଗା ଯାଉ ସେ ମୋତେ ଭୁଲି।


କାଗଜଡଙ୍ଗାରେ କାଗଜଡଙ୍ଗା

ନୂହେଁ ମୋ ପ୍ରେମ ଏତେ ମହଙ୍ଗା

କାହିଁ ମୋ ହୃଦୟ ତାକୁ ଝୁରିବ

ଯିଏ ଦେବ ମୋତେ ଧୋକା

ତଥାପି କାହିଁକି ଏକା ଏକା ଲାଗେ

ଭସାଇବାକୁ ଲାଗୁନି ମଜା।


କାଗଜଡଙ୍ଗାରେ କାଗଜଡଙ୍ଗା !




Rate this content
Log in

Similar oriya poem from Romance