STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ଜ୍ୟୋତିର୍ମୟୀ

ଜ୍ୟୋତିର୍ମୟୀ

1 min
214


ଆମ ଓଡ଼ିଶାର ସୁଯୋଗ୍ୟ ସନ୍ତାନ

ଜ୍ୟୋତିର୍ମୟୀ ତାଙ୍କ ନାମ,

୯ଜୁଲାଇ୧୯୭୬ ଜଗତସିଂହପୁର 

ଜିଲ୍ଲାରେ ତାଙ୍କ ଜନମ।


ଝିଅ ନୁହେଁ ସିଏ ହୀରାଖଣ୍ଡେ ବୋଲି

କରିଦେଲେ ତ ପ୍ରମାଣ,

ପିତା ଯେ ବସନ୍ତ ମାତା ପୁଷ୍ପା ମିଶ୍ର

ପାଇ ହୋଇଛନ୍ତି ଧନ୍ୟ।


ମାନପୁର ଯୋଗେନ୍ଦ୍ର ନାଥ ୟୁ ପି

ତରିକୁଳ ହାଇସ୍କୁଲର,

ସ୍ନାତକ ବିବେକାନନ୍ଦ ବିଶ୍ଵବିଦ୍ୟାଳୟ

ରେଭେନ୍ସା ସ୍ନାତକୋତ୍ତର।


ସିନ୍ଥେଟିକ ଅର୍ଗାନିକ କେମେଷ୍ଟ୍ରି

ପି ଏଚ ଡି ଯେ କାନପୁର,

ଦୀର୍ଘ ତିନି ବର୍ଷ ଅଧ୍ୟାପନା କଲେ

ଆଇଜର କୋଲକତାର।


ଜର୍ମାନୀର ବର୍ଲିନ ଫ୍ରି ବିଶ୍ଵବିଦ୍ୟାଳୟ

ଆଲେକଜାଣ୍ଡାର ଉନହମଭ୍ଲଟ ଫେଲୋସିପ

ପୋଷ୍ଟ ଡକ୍ଟରାଲ ଫେଲୋ ଫ୍ରାନ୍ସରୁ

କେମ୍ବ୍ରିଜରୁ ମେରୀ କ୍ୟୁରି ଫେଲୋସିପ।


କାର୍ଯ୍ୟ ଯେ ତାଙ୍କର ମୁଖ୍ୟ ଅଟଇ

ସିନ୍ଥେଟିକ ଅର୍ଗାନିକ କେମେଷ୍ଟ୍ରି,

ନ୍ୟୁକ୍ଲିକ ଏସିଡ ସୁପ୍ରାମଲେକ୍ୟୁଲାର 

ଗବେଷଣା ମଲ୍ୟୁକୁଲ ଅଟେ।


ନ୍ୟୁକ୍ଲିକ ଏସିଡ ବୁଝିବା ସହ କର୍କଟ

ଓ ଆଣ୍ଟିଭାଇରାଲ ଚିକିତ୍ସା,

ବିକଳ୍ପ ଚିକିତ୍ସା କ୍ଷେତ୍ରେ ସହାୟକ

ବୋଲି ଥିଲା ତାଙ୍କ ମତ।


ତାଙ୍କ ତ୍ୟାଗ ନିଷ୍ଠା ତ୍ୟାଗ ଅଧ୍ୟବସାୟରେ

ଭାରତ ଆଜି ଗର୍ବିତ,

ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଅର୍ଜନେ ପ୍ରଥମ ଓଡ଼ିଆ ମହିଳା ତ।


ଶାନ୍ତି ସ୍ଵରୁପ ଭଟ୍ଟନାଗର ବିଜ୍ଞାନ ଓ

ପ୍ରଯୁକ୍ତି ବିଦ୍ୟା ପୁରସ୍କାର,

ଦେଶ ଜାତି ପାଇଁ ଅଧିକ କର୍ମକରି 

ଶୀର୍ଷେ ନାମ ରହୁ ତୁମ୍ଭର।

ତୁମ ପ୍ରତିଭାକୁ ସମ୍ମାନ ଜଣାଏ

ସାହିତ୍ୟିକ କବି ବନ୍ଧୁ ପରିବାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational