Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Classics Inspirational

2  

Antaryami Sahu

Classics Inspirational

ଜୟ ମାଁ ତାରିଣୀ

ଜୟ ମାଁ ତାରିଣୀ

1 min
156



ଜୟ ଜୟ ମାଗୋ ଦୁରିତ ନାଶିନୀ

   ଘଟଗାଆଁ ଠାକୁରାଣୀ,

ଜୟ ଜୟ ମାଗୋ ମନ୍ଦାର ମାଳିନୀ

   ଜୟତୁ ନଡ଼ିଆ ରାଣୀ । ୧।

ପୟରେ ଅଳତା ଦିଶେ ଶୋଭାବନ

   ରଙ୍ଗବସ୍ତ୍ର ଶରୀରରେ,

ଦୟାକରି ଥାଅ ଦୀନଦୁଃଖି ଜନେ

  ଶରଣ ତୁମ୍ଭ ପୟରେ । ୨।

ଜଗତ କଲ୍ୟାଣେ କୋଣ ଅନୁକୋଣେ

  ନାନା ରୁପେ ପୂଜାପାଅ,

ଯିଏ ଯେଉଁ ରୂପେ ପୂଜଇ ତୁମ୍ଭଙ୍କୁ

  ସେହି ରୁପେ ଫଳ ଦିଅ ।୩।  

ମନ୍ଦାରର ମାଳ ଗଳେ ଶୋହେ ତୋର

  ସିନ୍ଦୁରରେ ମୁଖ ମଣ୍ଡି,

ଯାଜପୁରେ ତୋର ନାମ ବିରଯାଇ

 . କଟକେ କଟକଚଣ୍ଡି । ୩।

ବାଣପୁରେ ତୁମ୍ଭ ନାମ ଭଗବତୀ

  ପୁରୀରେ ବିମଳା ନାମ,

ସମ୍ବଲପୁରରେ ନାମ ସମଳାଇ

  ପୂର୍ଣ୍ଣକରୁ ମନସ୍କାମ।୪।

ପଶ୍ଚିମେ ରହିଲୁ ହିଙ୍ଗୁଳା ବୋଲାଇ

  କାକଟପୁରେ ମଙ୍ଗଳା,

ଭୁବନେଶ୍ଵରରେ ଗଉରୀ ତୋ ନାମ

  ଝଙ୍କଡ଼ପୁରେ ଶାରଳା I୫ ।

ଲହଲହ ଜିହ୍ଵା ପାଟି ମୁଖ ତୋର

  ସିନ୍ଦୁରରେ ମୁଖ ମଣ୍ଡି,

ବାଙ୍କିରେ ଚର୍ଚ୍ଚିକା କୋଣାର୍କେ ରହିଲୁ

  ମା' ଅଭୟାରାମଚଣ୍ଡି । ୬।

ସକଳ ଶକ୍ତିର ଅଟଶକ୍ତିମୟୀ

  ମାଗୋ ଶକ୍ତିପ୍ରଦାୟିନୀ,

ଶ୍ରୀଚରଣେ ତବ ପଶୁଛି ଶରଣ

  ଏତିକି ମୋର ଦୟିନୀ ।୭ ।

                


Rate this content
Log in

Similar oriya poem from Classics