STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ମାଆ କାଳିଜାଈ

ଜୟ ମାଆ କାଳିଜାଈ

2 mins
17

       ଜୟ ମାଆ କାଳିଜାଈ
      =============
ଜୟ ଜୟ ମାଆ ଜଗତ ତାରିଣୀ
       ଜୟ ମାଆ କାଳିଜାଈ l
ମଙ୍ଗଳମୟୀ ଲୋ ଲୀଳା କରୁଅଛୁ
       ଚିଲିକା ମଝିରେ ରହି ll
ତରଙ୍ଗ ବେଷ୍ଠିତ ପର୍ବତ ଶିଖରେ
         ରହିଅଛୁ ମାଆ ବସି l
ଚିଲିକା ମଝିରୁ ତରଙ୍ଗ ମେଖଳା
      ପାଦ ଧୋଇଦିଏ ଆସି ll
ଭଲ କରି ନାଆ ବୁହାରେ ନାଉରୀ
       ଶୁଣିଛି କାହାଣୀ ତୋର l
ଜାଈ ବୋଲି ଏକ ଝିଅ ଯାଉ ଥିଲା
        ପାରିକୁଦ ଶାଶୁ ଘର ll
ବରଷା ବତାସୀ କାହୁଁ ମାଡ଼ି ଆସି
       ଉତ୍ତାଳ ଚିଲିକା ଜଳ l
ଜାଈ ବୁଡ଼ି ଗଲା ଗଭୀର ଗଣ୍ଡରେ
       ନମିଳିଲା ଥଳ କୁଳ ll
ଦୁଃଖମନେ ପିତା ବାହୁଡ଼ି ଅଇଲେ
        ମୁଖୁ ନ ସ୍ଫୁରଇ କଥା l
ସେହି ଦିନୁ ମାଆ ବାହୁନି କାନ୍ଦୁଛୁ
     ପିତା ପିତା କୋଡ଼ି ମଥା ll
ଶୁଣିଛି କାହାଣୀ ଲୋକ ମୁଖେ ମାଆ
       ସଞ୍ଜ ଯହୁଁ ହୋଇଯାଏ l
ହାତଠାରି ଜାଈ ପର୍ବତେ ବୁଲେଲୋ     
       ନିଶବଦେ କାନ୍ଦୁ ଥାଏ ll
 ମାମୁଁ ଭଣଜାର କୋଣରୁ ଆସେ
      ମା ବହି ସୁଲୁସୁଲୁ ବାଆ l
ମାଆ କାଳିଜାଈ ସୁମରି ଧୀବରେ
     ନିର୍ଭୟେ ଚାଳନ୍ତି ନାଆ ll
 ଧୀବରେ ଅର୍ଚ୍ଚିତା ଧୀବରେ ଚର୍ଚ୍ଚିତା
      ମାଆଲୋ ମଙ୍ଗଳମୟୀ l
ଧିରେ ଧିରେ ନାଆ ବୁହନ୍ତି ଧୀବରେ
       ତୋ ମଙ୍ଗଳଗୀତ ଗାଇ ll
ଜୟ ଜୟ ମାଆ ଚିଲିକା ବାସିନୀ
       ବନ୍ଦେ ମା' ଚରଣ ବେନି l
ଶରଣ ପଶିଲି କରୁଣାମୟୀ ଲୋ
       ନମସ୍ତୁତେ ନାରାୟଣୀ ll
             🙏🙏🙏
                ଅର୍ଜୁନୀ
              -------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational