ଜୟ ମାଆ ଦୁର୍ଗା
ଜୟ ମାଆ ଦୁର୍ଗା


ମହିଷା ମର୍ଦ୍ଧିନୀ ମାଆ
ଦୁର୍ଗତି ନାଶିନୀ ଦୁର୍ଗା..
ପାପୀର ବିନାଶ ପାଇଁ
ତ୍ରିପୁରେ ତୋହରି ପୂଜା..
ତୋ' ପାଦ ଥରେ ପଡିଗଲେ
ପବିତ୍ର ଏ ଧରା....
ଜୟ ମାଆ.. ଦୁର୍ଗା ମାଆ..
ମାେ ମାଆ.. ଦୁର୍ଗା ମାଆ... ।୧।
ଦେବତାଙ୍କ ଦୁଃଖ ଯେତେ କରିଥିଲୁ ଦୂର...
ଘୋଡେଇ ତୁ ରଖିଥିଲୁ ପଣତରେ ତୋ'ର..
ଶ୍ରୀ ରାମଚନ୍ଦ୍ର ନେତ୍ର ଦେଇ ତତେ ପୂଜିଥିଲେ..
ତୋ' ଆଶ୍ରିବାଦ ପାଇ ରାବଣକୁ ମାରିଥିଲେ..
ରକ୍ତବୀଜ ଶୁମ୍ଭ ନିଶୁମ୍ଭ ଅନେକ ଅସୁରକୁ...
ବିନାଶ କରି ରକ୍ଷା କରିଥିଲୁ ତିନି ପୁରକୁ...
ତୋ' ଦରଶନ ପାଇଗଲେ
ସୁଖ ଆସେ ଭରି...
ଜୟ ମାଆ.. ମହା ଗୋୖରୀ..
ମାେ ମାଆ.. ମହା ଗୋୖରୀ.. ।୨।
ମାଆ ଲୋ ତୁ ଆଦିଶକ୍ତି ଜଗତ ଜନନୀ..
ଜଗତ ଉଦ୍ଧାରିଲୁ ନବ ଅବତାର ଘେନି...
ଲକ୍ଷ ଲକ୍ଷ ତୋ' ଭକତ ଆଜି ଅଛନ୍ତି ଦୁଃଖରେ
ପାପ, ଅଧର୍ମ ଧରାରେ ଆଜି ଚରମ ସୀମାରେ...
କଳିଯୁଗେ ନେ ମା ଗୋଟେ ନୂଆଁ ଅବତାର...
ସଂହାରି ପାପୀକୁ ମା ପାପ ଶୂନ୍ୟ କରେ ସଂସାର...
ତୋ' ଆଶୀର୍ବାଦ ପାଇଗଲେ
ମିଳେ ଅଷ୍ଟ ସିଦ୍ଧି...
ଜୟ ମାଆ.... ସିଦ୍ଧିଦାତ୍ରୀ....
ମାେ ମାଆ.....ସିଦ୍ଧିଦାତ୍ରୀ....।୩।