STORYMIRROR

SRIKANTA PRADHAN

Classics

3  

SRIKANTA PRADHAN

Classics

ଜୟ ମା ମଙ୍ଗଳା

ଜୟ ମା ମଙ୍ଗଳା

1 min
291


 (ଚ )

ଚଇତ୍ର ମାସ ମଙ୍ଗଳ ବାରରେ

ଚର୍ଚ୍ଚିତ ହୋଇ ମନ୍ଦାର ପୁଷ୍ପରେ l

ଚିତ୍ରିତ ହେଉ ମା ରକ୍ତ ସିନ୍ଦୂରେ

ଚରଚା ହେଉ ନଗ୍ରେ ପୁରେ ପୁରେ l 

ମାଆ ଚଇତି ହାଡ଼ିଆଣୀରେ

ଚଇତ୍ର ମାସରେ ପୂଜା କରି ସିଦ୍ଧି ପ୍ରାପ୍ତ ମଙ୍ଗଳା ରୂପରେ l

(ଇ )

ଈଶ୍ୱରୀ ଶଙ୍କରୀ ସିଂହବାହିନୀ

ଇଚ୍ଛାମତେ ମା ନାନା ରୂପ ଘେନି l

ଈଷ୍ଟଦେବୀ ରୂପେ ଗ୍ରାମ ଗ୍ରାମରେ

ଇଛନ୍ତି ବର ପୂଜି ନାରୀ ନରେ l 

ମାଆ ଇଚ୍ଛା ବସନ୍ତ ମଙ୍ଗଳା

ଇନ୍ଦ୍ର ଚନ୍ଦ୍ର ବ୍ରହ୍ମା ବରୁଣ କୁବେରେ ଅଗୋଚର ତୋର ଲୀଳା l

(ତି )

ତିନିପୁରେ ଜୟ ଜୟ ବାଜଣା

ତୃପତି ହେଉ ପାଇ ଛେନାପଣା l

ତୋର ପୂଜା କରି ଭକତ ଜନ

ତୋର ଦୟାରେ ପ୍ରାପତ ସନ୍ତାନ l 

ମାଆ ତୁହି ଜଗତ ଜନନୀ

ତୋର ଦୟାବଳେ ମା ସର୍ବମଙ୍ଗଳା ମୂର୍ଖ ହୁଏ ମହାଜ୍ଞାନୀ l

(ମ )

ମଙ୍ଗଳା ନାମକୁ ମନେ ସୁମରି

ମଙ୍ଗଳ ବାରେ ଗ୍ରାମ ଗୃହ ନାରୀ l

ମାନସିକ କରି ରଖନ୍ତି ବ୍ରତ

ମନ୍ଦାର ପୁଷ୍ପ କରିଣ ଅର୍ପିତ l

ମାତ ଚଇତି ମଙ୍ଗଳା

ମା ମା ବୋଲି ଡାକ ଦେଲେ ଥରେ ଉଦ୍ଧାର ବୁଡିବା ଭେଳା l

>

(ଙ୍ଗ )

ଗଉରୀ କୁମାରୀ କାଳୀ କପାଳୀ

ଗିରିଜା ଦୁର୍ଗା ରୂପେ ଦୁଷ୍ଟ ଦଳି l

ଗୌରାଙ୍ଗୀ ଶିବା ଶାରଳା ହିଙ୍ଗୁଳା

ଗଳାରେ ବସି ପଦ କର ଖେଳା l

ଗଣିତ ନୁହଁଇ ଲୀଳା

ଗତାଗତ ସିଂହ ଶାର୍ଦୁଳ ପୃଷ୍ଠରେ ଜୟ ମା ସର୍ବମଙ୍ଗଳା l

(ଳ )

ଲହଲହ ଜିହ୍ୱା ରକ୍ତ ଅଧର

ଲହୁ ପାନ ନାଶ କରି ଅସୁର l

ଲଲାଟେ ସିନ୍ଦୂର ଚିତା ଶୋଭନ

ଲେଖି ବର୍ଣ୍ଣିବାରେ କେହୁ ଭାଜନ l ମା

ଲକ୍ଷ୍ୟ ତୋ ପଦ କମଳେ

ଲକ୍ଷ୍ମୀ ସରସ୍ବତୀ ସାବିତ୍ରୀ ଗାୟତ୍ରୀ ତୋରୂପ ମାତ୍ର ଶୟଳେ l

(ବା )

ବାର ବାର ବନ୍ଦେ କଞ୍ଜ ଚରଣ

ବାରେ ମା ମଙ୍ଗଳା କର କାରଣ l

ବୁଦ୍ଧିହୀନ ତୋର ଦୀନ ସନ୍ତାନ

ବଢ଼ାଇଲି ଚିତ୍ତ କର ତାରଣ l ମା

ବୁଲୁ ନିଶାର୍ଦ୍ଧେ ନଗ୍ରେଣ

ବିଶୁଦ୍ଧ ଚିତ୍ତରେ ଡାକେ ମା ଆର୍ତ୍ତରେ ଅରକ୍ଷେ କର ରକ୍ଷଣ l

(ର )

ରକ୍ଷାକର ମୋତେ ମଙ୍ଗଳା ମାତ

ରଟେ ତୋର ନାମ ମା ଦିବାରାତ୍ର l

ରହିଛୁ ପୁରି ମା ସକଳ ସ୍ଥାନ

ବ୍ରହ୍ମରୁ ସ୍ଥାବର କୀଟ ଜଙ୍ଗମ l ମା

ରକ୍ଷାକର ରକ୍ଷାକର

ରଖ ବା ନରଖ ଦୀନ ପ୍ରେମାନନ୍ଦ ଶରଣ ତୋର ପୟର l



Rate this content
Log in

Similar oriya poem from Classics