STORYMIRROR

Kishore Nayak

Children

3  

Kishore Nayak

Children

"ଜୟ ମା' ଗୋ ସରସ୍ବତୀ "

"ଜୟ ମା' ଗୋ ସରସ୍ବତୀ "

1 min
272


ଜୟ ମା' ଗୋ ସରସ୍ବତୀ 

         ବିଦ୍ୟା ଦାୟିନୀ 

ଶାରଦା ବରଦା ମା' ଗୋ 

          ହଂସ ବାହିନୀ ll

ଶୁକ୍ଳ ବସ୍ତ୍ରେ ବିମଣ୍ଡିତା 

        ଜୟ ମା' ଜଗତୀ 

କୃପାମୟୀ କଲ୍ୟାଣୀ ଗୋ 

         ଜୟ ଚନ୍ଦ୍ରକାନ୍ତି ll

ଭଗବତୀ ଭାରତୀ ମା'

        ଦୟା କର ବାରେ 

ଜ୍ଞାନ, ବୁଦ୍ଧି ଦିଅ ମା' ଗୋ 

         ଏଇ ଅଧମରେ ll

ଦିଅ ବିଦ୍ୟାର ଭଣ୍ଡାର 

ଅଜ୍ଞାନ ତମସା ଯେତେ 

      କର ମା' ଗୋ ଦୂର ll

ଜୟ ଜୟ କୁମୁଦି ଗୋ 

        ଜୟ ବାଗିଶ୍ୱରୀ 

ବ୍ରହ୍ମା ପୁତ୍ରୀ ବିଦ୍ୟାଦାତ୍ରୀ 

       ମା' ଭୁବନେଶ୍ୱରୀ ll

ଜୟ ଜୟ ବୁଦ୍ଧିଦାତ୍ରୀ 

        ହେ ବ୍ରହ୍ମଚାରିଣୀ 

ଜୟ ଜୟ ବାଗ୍ ଦେବୀ

         ମଙ୍ଗଳକାରିଣୀ ll

କଜ୍ଵଳ ପୂରିତ ନେତ୍ର 

        କଣ୍ଠେ ମୁକ୍ତାହାର 

ଯଶ, ବିଦ୍ୟା, ପରାକ୍ରମେ 

       ତୁମ୍ଭେ ବଳୀୟାର ll

ଦିଅ ବିଦ୍ୟାର ଭଣ୍ଡାର 

ଅଜ୍ଞାନ ତମସା ଯେତେ 

      କର ମା' ଗୋ ଦୂର ll

ଶ୍ୱେତ ପଦ୍ମ ପରେ ମା' ଗୋ 

        ହେଲ ବିରାଜିତା 

ସ୍ୱର୍ଗ, ମର୍ତ୍ତ୍ୟ, ପାତାଳରେ 

       ହୋଇଲ ପୂଜିତା ll

ହଳଦିଆ, ଶ୍ୱେତ ପୁଷ୍ପେ 

       ଶ୍ରଦ୍ଧା ଯେ ତୁମ୍ଭରି 

ହଳଦିଆ ମିଷ୍ଟାର୍ଣ୍ଣ ଯେ 

       ପ୍ରିୟ ଅଟେ ଭାରି ll

ହସ୍ତେ ପୁସ୍ତକ ଶୋଭିତ 

       ଜୟ ବୀଣାପାଣି 

ବରଦାୟିନୀ ମା' ଗୋ 

        ଶକ୍ତି ସ୍ୱରୂପିଣୀ ll

ପଦ୍ମାସନେ ବିରାଜିତା 

         ପ୍ରଶାନ୍ତ ମନେ 

ରତ୍ନବିଭୂଷିତା ମା' ଗୋ 

        କୁଣ୍ଡଳ କର୍ଣ୍ଣେ ll

ଗଳାରେ ଯେ ଗଜମୋତି 

       ମୁକୁତାର ହାର 

ଘେନ ମା' ଗୋ ଆଦ୍ୟାଶକ୍ତି 

       ପ୍ରଣତି ମୋହର ll

ଦିଅ ବିଦ୍ୟାର ଭଣ୍ଡାର 

ଅଜ୍ଞାନ ତମସା ଯେତେ 

     କର ମା' ଗୋ ଦୂର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children