ଜୟ ଜୟ ବାୟୁପୁତ୍ର
ଜୟ ଜୟ ବାୟୁପୁତ୍ର
ଜୟ ହନୁମାନ ଅଞ୍ଜନା ନନ୍ଦନ
ଜୟ ଜୟ ବାୟୁପୁତ୍ର
ତୁମ୍ଭ ପାଶେ ଅଛି ରାମରସାୟନ
ରାମନାମ ରସାମୃତ l
ରାମ ନାମେ ତୁମ୍ଭେ ଲଙ୍ଘିଲ ସାଗର
ଦଶ ଯୋଜନ ବସ୍ତୃତ
ଲଙ୍କା ପୂରେ ପଶି ଲଙ୍କିନି ଦେଖିଲ
ବିଭୀଷଣଙ୍କୁ ସାକ୍ଷାତ l
ରାମ ନାମେ ତୁମ୍ଭେ ସୀତାଙ୍କୁ ମୁଦ୍ରିକା
ଦେଲ ରାମ ନାମାଙ୍କିତ
ସ୍ୱର୍ଣ୍ଣମୟୀ ଲଙ୍କା ପୋଡ଼ି ନାଶ କଲ
ହୁତାଶନେ ହୁତ ହୁତ l
ରାମ ନାମେ କଲ ସାଗରରେ ଭେଳା
ପକାଇ ଶିଳା ପର୍ବତ
ରାବଣ କବଳୁ ଶନିଙ୍କୁ ଉଦ୍ଧାରି ହେଲ
ତାଙ୍କ ସଙ୍ଗେ ମିତ l
ରାମ ନାମେ କେତେ ରାକ୍ଷସ ବଧିଲ
&nbs
p; କେତେ ଦଶାନନ ସୂତ
ନିକୁମ୍ଭିଲା ଯଜ୍ଞ ଭଗ୍ନକଲ ପରା ମଲା
ଦୈତ୍ୟ ଇନ୍ଦ୍ରଜିତ l
ରାମ ନାମେ ତୁମ୍ଭେ ଉଡ଼ିଲ ଆକାଶେ
ଅଣଚାଶ ବାୟୁ ବତ
ଲକ୍ଷ୍ମଣ ଜୀଇଁଲେ ଉପାଡ଼ି ଆଣିଲ
ଗନ୍ଧମାର୍ଦ୍ଦନ ପର୍ବତ l
ରାମନାମେ ତୁମ୍ଭେ ରାମ କାର୍ଯ୍ଯକଲ
ମହାବୀର ରାମଦୂତ
ସଙ୍କଟମୋଚନ ଅସାଧ୍ୟ ସାଧନ ରାମ
କଲେ କୋଳାଗ୍ରତ l
ରାମ ନାମେ ତୁମ୍ଭେ ଜୀବନ୍ତ ଦେବତା
ଚିରଞ୍ଜିବୀ ହେ ମାରୂତ
ମହିମା ପ୍ରଭୁ ହେ କେ ବର୍ଣ୍ଣି ପାରିବ
ଶରଣ ମୁଁ ପାଦଗତ l