ଜୟ ହନୁମନ୍ତ
ଜୟ ହନୁମନ୍ତ
ଜୟ ହନୁମନ୍ତ ମହା ବଳବନ୍ତ
ଜୟ କେଶରୀ ନନ୍ଦନ l
ଶ୍ରୀରାମ ସେବକ ଜଳାଇ ପାବକ
ଲଙ୍କାକୁ କଲ ଶ୍ମଶାନ ll
ଆହେ ମହାବୀର ସ୍ମରଣେ ତୁମର
ସର୍ଵ କାର୍ଯ୍ୟ ହୁଏ ସିଦ୍ଧି l
ସଙ୍କଟ ମୋଚନ ଅଞ୍ଜନା ନନ୍ଦନ
ଦିଅ ଦିବ୍ୟଜ୍ଞାନ ବୁଦ୍ଧି ll
ତୁମ୍ଭ ସ୍ମରଣରେ ରହିଥାନ୍ତି ଦୂରେ
ଗ୍ରହପୀଡ଼ାମାନ ଯେତେ l
ସଙ୍କଟ କାଳରେ ଅବା ବିପଦରେ
ଅଥବା ଘୋର ବନସ୍ତେ ll
ସହସ୍ର ଯୋଜନ ସାଗର ଲଂଘନ
ରାକ୍ଷସ ପୁରରେ ଭୀତି l
ଉଡ଼ି ଉଡ଼ି ଯାଇ ପର୍ବତ ଆଣିଲ
ଜୀଇଲେ ଉର୍ମିଳା ପତି ll
ତୁମ୍ଭ କରୁଣାରୁ ଆହେ ମହାମେରୁ
ଦୁର୍ଗମ, ସୁଗମ ହୁଏ l
ନାମରେ ତୁମ୍ଭର ଆହେ ମହାବୀର
କାଳଭୟ କଟିଯାଏ ll
ତୁମ୍ଭେ ପ୍ରଭୋ ଅଷ୍ଟ ସିଦ୍ଧି ନବ ନିଧି
ଦାତା ବୋଲାଅ ଜଗତେ l
ରଚିଲେ ଚାଳିଶି ଗୋସ୍ୱାମୀ ତୁଳସୀ
ଭକ୍ତ ଗାଆନ୍ତି ଉଦ୍ଦାତ୍ତେ ll
ଚରଣେ ନମନ ଆହେ ହନୁମାନ
ତୁଣ୍ଡେ ଥାଉ ତବ ନାମ l
ଜୟ ରାମଦୂତ ଜୟ ହେ ମାରୂତ
ଜୟ ଦାଶରଥି ରାମ ll
