STORYMIRROR

Sunanda Mohanty

Classics

2  

Sunanda Mohanty

Classics

ଜୟ ଗଣେଷ

ଜୟ ଗଣେଷ

1 min
110


ହେ ଗଜାନନ 

ବିଘ୍ନ ବିନାଶନ 

ଆଉଥରେ ଆସି ଧରାକୁ 

ଓଁ କାରେ ମନ 

ପାର୍ବତୀଙ୍କ ଧନ 

ପାପ ନେଇ ପୂଣ୍ୟ ଦେବାକୁ 

ତୁମେ ବୁଦ୍ଧି ଦାତା 

ତୁମେ ସିଦ୍ଧି ଦାତା 

ଆସ ଆସ ବିଘ୍ନ ବିନାଶିବାକୁ 

ତୁମେ ହର୍ତ୍ତାକର୍ତ୍ତା 

ଦଇବ ଵିଧାତା 

ଜ୍ଞାନ ଗାରିମା ର ଶକ୍ତି ଦେବାକୁ 

ବରଷକେ ଥରେ 

ଚତୁର୍ଥୀ ତିଥିରେ 

ଜ୍ଞାନର ଆଲୋକ ଜାଳିବାକୁ 

ସତ୍ୟ ସନାତନ 

ଶୀତଳ ଚନ୍ଦନ 

ବୁଦ୍ଧିଦାତା ପ୍ରଣାମ ତୁମ୍ଭଙ୍କୁ 

ନମଃ ଶିବପୁତ୍ର 

କାର୍ତ୍ତିକେୟ ଭ୍ରାତ

କେ ଅବା କଳିବି ତୁମ ଦୁହିଁଙ୍କୁ 

ଉପରକୁ ତୁମେ କ୍ଲୀଷ୍ଟ 

ଭିତରେ ପୂରଣ କର ଅଭୀଷ୍ଟ 

ଜୟ ଜୟ ମୋକ୍ଷ ଦାତା ଜ୍ଞାନୀଗୁଣୀଙ୍କୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics