ଜୟ ଗଣେଷ
ଜୟ ଗଣେଷ
ହେ ଗଜାନନ
ବିଘ୍ନ ବିନାଶନ
ଆଉଥରେ ଆସି ଧରାକୁ
ଓଁ କାରେ ମନ
ପାର୍ବତୀଙ୍କ ଧନ
ପାପ ନେଇ ପୂଣ୍ୟ ଦେବାକୁ
ତୁମେ ବୁଦ୍ଧି ଦାତା
ତୁମେ ସିଦ୍ଧି ଦାତା
ଆସ ଆସ ବିଘ୍ନ ବିନାଶିବାକୁ
ତୁମେ ହର୍ତ୍ତାକର୍ତ୍ତା
ଦଇବ ଵିଧାତା
ଜ୍ଞାନ ଗାରିମା ର ଶକ୍ତି ଦେବାକୁ
ବରଷକେ ଥରେ
ଚତୁର୍ଥୀ ତିଥିରେ
ଜ୍ଞାନର ଆଲୋକ ଜାଳିବାକୁ
ସତ୍ୟ ସନାତନ
ଶୀତଳ ଚନ୍ଦନ
ବୁଦ୍ଧିଦାତା ପ୍ରଣାମ ତୁମ୍ଭଙ୍କୁ
ନମଃ ଶିବପୁତ୍ର
କାର୍ତ୍ତିକେୟ ଭ୍ରାତ
କେ ଅବା କଳିବି ତୁମ ଦୁହିଁଙ୍କୁ
ଉପରକୁ ତୁମେ କ୍ଲୀଷ୍ଟ
ଭିତରେ ପୂରଣ କର ଅଭୀଷ୍ଟ
ଜୟ ଜୟ ମୋକ୍ଷ ଦାତା ଜ୍ଞାନୀଗୁଣୀଙ୍କୁ
