ଜୟ ଭାରତ ଜୟ
ଜୟ ଭାରତ ଜୟ
ଜାଗ ଉଠ ତେଜ ଗାଅ
କାନ୍ଧରେ କାନ୍ଧକୁ ଦିଅ
ଦେଶ ସ୍ଵାର୍ଥେ ହଜି ଯାଅ
ଦେଶପାଇଁ ନିତି ଗାଅ ll
ଜୀବନରେ ଗାଇଯାଅ
ଜୟ ଭାରତ ଜୟ ll (ଘୋଷ )
ରକ୍ତରେ ରକ୍ତକୁ ଦେଖ
ମିଳିମିଶି ଚାଲିଶିଖ
ସୃଷ୍ଟିକର୍ତ୍ତା ଆମ ଏକ
ନଭୁଲୁ ଆମରି ଚିତ୍ତ ll
ଜୀବନରେ (ଘୋଷ )
ଦେଶ ମାତୃକାର ପାଇଁ
ଜୀବନକୁ ଢ଼ାଲିଦେଇ
ହସି ହସି ଗାଇଯାଅ
ଭାରତର ସ୍ୱରଲୟ ll
ଜୀବନରେ (ଘୋଷ )
ମୋହ ମାୟା ଛାଡି ସବୁ
ଦେଶପ୍ରେମେ ହୁଅ କାବୁ
ରକ୍ତକୁ ନିଗାଡ଼ି ଦିଅ
ବୀରପ୍ରସବିନୀ ପୁଅ ll
ଜୀବନରେ (ଘୋଷ )
ଦେଶ ଜାତି ପାଇଁ ନିତି
ଫୁଲେଇଦେ ତୋର ଛାତି
ଦୁର୍ନୀତିକୁ କରି ଦୂର
ପାପ ଛାଡି ପୁଣ୍ୟଧର ll
ଜୀବନରେ (ଘୋଷ )
