STORYMIRROR

Samar Ballav Bhoi

Tragedy Inspirational

3  

Samar Ballav Bhoi

Tragedy Inspirational

ଜୁଇ ଜଳୁଛି

ଜୁଇ ଜଳୁଛି

1 min
135

ଜୀବନ ଯାତ୍ରାର ଶେଷ 

ସମସ୍ତଙ୍କ ପାଇଁ ସମାନ

ସମସ୍ତେ ଯେଝା ବାଟରେ 

କରନ୍ତି ଗମନ

ସବୁ ଦୁଃଖର ଶେଷ

ସବୁ କର୍ମରୁ ଆରାମ

ସବୁ ଅଳିଅର୍ଦ୍ଦଳିରୁ ମୁକ୍ତି

ସବୁ କଳହର ସମାଧାନ

ସବୁ ବିରକ୍ତିରୁ ଶାନ୍ତି

ସବୁ ଅଶାନ୍ତିରୁ ଶାନ୍ତି

ଝାମେଲା ସବୁ ଶେଷ

ସମ୍ପର୍କର ଲମ୍ବା ରାସ୍ତାରୁ 

ବହୁତ ଦୂର.....

ଦିନ ରାତି କର୍ତ୍ତବ୍ୟରୁ ମୁକ୍ତି

ସବୁ ନିଃଶ୍ୱାସ ପ୍ରଶ୍ୱାସ ଶେଷ

ସବୁ ସାଙ୍ଗ ସାଥିଙ୍କ ଠାରୁ ବିଦାୟ

ପରିବାର ଦୁଃଖ ସୁଖର

ଲମ୍ବା ତାଲିକାରୁ ବିରତି....

ଭିନ୍ନ ଭିନ୍ନ ନିୟମ କାନୁନ ପ୍ରତାରଣାରୁ ମୁକ୍ତି

ସବୁ କିଛିର ସମାପ୍ତ 

ପ୍ରାକୃତିକ ଦୃଶ୍ୟରୁ ଶେଷ 

ସବୁ ଶେଷର ଶେଷ ହୁଏ

ମୃତ୍ୟୁର ପ୍ରାଙ୍ଗଣରେ

ମୃତ୍ୟୁର ଶେଷ ଠିକଣା ହୁଏ

ଗାଁ ଶେଷ ମଶାଣି ଭୁଇଁରେ

ମଶାଣିକୁ ଯିବା ପାଇଁ ଛଅ ଖଣ୍ଡ ବାଉଁଶ

ଛଅ ଖଣ୍ଡ ବାଉଁଶରେ ହୁଏ ସବାରି

ସେହି ସବାରି ଯାଏ ମଶାଣି ଭୂଇଁ

ମଶାଣିରେ ଜଳେ ସେହି ନିରୀହ ଶବ

ଶବ ପାଇଁ ସଜା ଥାଏ ଜୁଇ

ଜୁଇରେ ଜଳୁଛି ସେହି ଶବ

ଜୁଇ ଚାରିପଟେ ପରିବାର 

ଆଉ ବନ୍ଧୁ ପରିଜନ...

ଆଖିରେ ଲୁହର ଧାର 

ସମସ୍ତେ ଫେରନ୍ତି ଘରମୁହାଁ

କିନ୍ତୁ ମଶାଣି ରେ 

ଜୁଇ ଜଳୁ ଥାଏ 

ନିଆଁର ଶେଷ ପର୍ଯ୍ୟନ୍ତ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy