STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

ଜୁହାରେ ଚରଣେ

ଜୁହାରେ ଚରଣେ

1 min
14K



ରମାକାନ୍ତ ପୁରୋହିତ

ଧନ୍ୟ ଧନ୍ୟ ଗଛରେ ଗଛ ,

ନାମ ବୋଲାଇ ବରଗଛ

ଓହଳ ଗହଳ ଶାଖରୁ

ଛୁଇଁଯାଏ ଯେବେ ଉପରୁ

ବଢି ବଢି ଯାଏ ପାଦପ

ବିନାଶି ଗ୍ରୀଷମ ପ୍ରକୋପ

ଅଧୁନା ବିଜ୍ଞାନୀ ମଣିଷ

ଶୀତତାପ ଯନ୍ତ୍ର ବିକାଶ ,

ମାତର ତୋହର ବିନାଶ ,

କରି କାଳେ ହେବ ହତାଶ

ପାଖେ ପାଖେ ବଟ ବୃକ୍ଷର

ଛାୟା ରହିଥିଲେ ସୁନ୍ଦର

ଯୋଗାଇ ଶୀତଳ ସମୀର

ଜୀବ ଜୀବନକୁ ଅମର

ଫଳରେ ଛୋଟିଆ ବୀଜରୁ

ପ୍ରକାଶ ପାଦପ ସୃଷ୍ଟିରୁ

ରହସ୍ୟ ପାଇଁକି ବାୟସ

ସବୁବେଳେ କରେ ପ୍ରୟାସ

ସାଦର ଭକ୍ଷଣ କରିବା

ବିଜବିକ୍ଷେପରେ ଯୋଡ଼ିବା

ନୂତନ ସୁନ୍ଦର ବନାନୀ

ତା’ ପାଇଁ ହସଇ ଧରଣୀ

କବିର କଳ୍ପନା ସଂଭାର

ବଟବୃକ୍ଷ କି ମନୋହର

ଅଂଶୁଘାତର ଦର୍ପହର

ଯାତନା କରି ପରିହାର

ନଦେଇ କୁଠାର ପାହାର

ଶ୍ରୀବୃଦ୍ଧି କରିବା ତାହାର

ସେ ସ୍ଥାଣୁ ଜହର ହରଣେ

ଜଗତ ଜୁହାରେ ଚରଣେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational