STORYMIRROR

Liza Senapati

Inspirational

3  

Liza Senapati

Inspirational

ଜରିଗୋଟାଳି

ଜରିଗୋଟାଳି

1 min
157

ଏ ଦୋକାନରୁ ସେ ଦୋକାନ,

ଏ ଗଳିରୁ ସେ ଗଳି,

ମୁଁ ଘୁରିବୁଲେ ଯାଯାବର ପରି,

ହଁ ମୋର ବି ଗୋଟେ ନାଁ ଅଛି।

ମତେ ସମସ୍ତେ ଡାକନ୍ତି ଜରିଗୋଟାଳି।

ମୋ ଦେଶର ସ୍ୱଛତା ଅଭିଯାନରେ,

ମୋର ବି ଗୋଟିଏ ମୂଖ୍ୟ ଭୂମିକା ଅଛି।

ସବୁଦିନ ମୁଁ ଆବର୍ଜନା ସଫା କରେ,

ମତେ କେହି ଚିହ୍ନନ୍ତି ନାହିଁ।

ମୋ ଦେଶର ରାଜତନ୍ତ୍ରରେ ନିୟମ ଅଛି,

ମହତ୍ କାର୍ଯ୍ୟ ପୃରସ୍କାର ଯୋଗ୍ୟ,

ହେଲେ ମୁଁ କେବେ ପୁରସ୍କୃତ ହୋଇ ନାହିଁ।

ମୁଁ ସମାଜ ସେବା କରେ ମୋ ପେଟ ପାଇଁ

ମୁଁ ନିତି ସ୍ୱପ୍ନ ଦେଖେ ଦି ମୁଠା ଭାତର ସ୍ୱପ୍ନ।



Rate this content
Log in

Similar oriya poem from Inspirational