STORYMIRROR

Maitreyee Kamila

Tragedy

3  

Maitreyee Kamila

Tragedy

ଜରିଗୋଟାଳି

ଜରିଗୋଟାଳି

1 min
177


କେଉଁଠୁ ଆସେ ପୁଣି କେଉଁଠି ଯାଏ କେହି ଜାଣି ନଥାନ୍ତି

ଦିନ ମାସ ବାର ବର୍ଷର ଠିକଣା ଗୋଟାଉ ଗୋଟାଉ

କେତେବେଳେ ସଞ୍ଜ ହେଇଆସେ

ପୁଣି ଫେରିବାର ରାସ୍ତା ଅସ୍ପଷ୍ଟ


ବୈଶାଖର ଝାଞ୍ଜିରେ ଚିରା ଶାଢ଼ୀରୁ ଫାଳେ ଲମ୍ବିଥାଏ,

ଛୁଉଁଥାଏ ମାଟିକୁ।

ଜୀବନର ସଂଘର୍ଷରେ ରୋଟି ଦୁଇପଟର ମହତ୍ତ୍ୱ

ଭୁଲାଉଥାଏ ଘନ କୁହୁଡି ଅବା ଋତୁ ବଦଳିବାର ସ୍ୱର।


ନିଜ ଆହୁଲାର କାତରେ ଯୋଡି ହୁଏ

ଯେମିତି ଫୁଲେଇ ଫଗୁଣ,

ଗୁଣୁଗୁଣୁ ଗୀତ ଗାଇ ଘୁରି ବୁଲେ

ରାସ୍ତାର ଏପାଖ ସେପାଖ

ସହର ବଜାର ଗଳିକନ୍ଦି


ସମାଜର ରୀତିନୀତି ବଦଳୁଥାଏ।

ନୂଆନୂଆ ଖବରରେ ସମୟଟା,

କେବେ ଅତିଷ୍ଠ ପୁଣି କେବେ ଉତ୍ସବମୁଖର।

ସେ କିନ୍ତୁ ଏ ସବୁକୁ ଖାତିର ନକରି

ଖୋଜୁଥାଏ ,

ତା ଖୋଜିବା ଭିତରେ

ମଣିଷ ପଣିଆଟା ଚୁପଚାପ କଡ଼ ଲେଉଟାଏ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy