STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଜନନୀଙ୍କ ପ୍ରେମ

ଜନନୀଙ୍କ ପ୍ରେମ

1 min
184


ମାଆ ମାତୃଭୂମୀ ସର୍ବୋପରି ଭାଇ

ଦୁର୍ଲ୍ଲଭ ଜୀବନ କର୍ମେ

ସବୁ ଜଞ୍ଜାଳକୁ ତୀଳାଞ୍ଜଳୀ ଦେଇ

ରଖିବା ଆମରି ଧର୍ମେ।୧।

ମାତାଙ୍କ ପ୍ରେରଣା ମାତାଙ୍କର ପ୍ରେମ

ସୁଜ୍ଝି ହେବ ନାହିଁ ପ୍ରାଣେ

ତାଙ୍କରି ସେବାରେ କ୍ଷଣିକ ଜୀବନ

ମନ୍ତ୍ର ହେଉ ଏହି ପ୍ରାଣେ।୨।

ମାତ୍ରୁଭୂମୀ ସେବା ଜନନୀଙ୍କ ଭକ୍ତି

ଜୀବନେ ଆଧାର ହେଉ

ଜନକଲ୍ୟାଣରେ ଦୁର୍ଲ୍ଲଭ ଜୀବନ

ମାର୍ଗ ପ୍ରଦର୍ଶିତ ହେଉ।୩।

ଦୁଇଟି ଧୂରୀ ହେ ଜୀବନେ ମୋହର

ଦୁଇଟି ପ୍ରେମ ଶାଗର

ନିସ୍ବାର୍ଥ ଭକ୍ତିର ନିସ୍ବାର୍ଥ କର୍ମର

ଭକ୍ତିର ଦୁଇ ସାଗର।୪।

ମହାମଂତ୍ର ନାମ ଜୀବନେ ମୋହର

ଭଜୁ ଥିବି ମୁହିଁ ଦୁଇ

ତାଙ୍କରି ସୁରକ୍ଷା ତାଙ୍କରି ସେବା

କର୍ତ୍ତବ୍ୟ ଜୀବନେ ଦୁଇ।୫।

ମାଆ ମାତ୍ରୁଭୂମୀ ସର୍ବୋପରି ଭାଇ

ଦୁର୍ଲ୍ଲଭ ଜୀବନ କର୍ମେ

ସବୁ ଜଞ୍ଜାଳକୁ ତୀଳାଞ୍ଜଳୀ ଦେଇ

ରଖିବା ଆମରି ଧର୍ମେ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational