ଜନନୀ
ଜନନୀ
ଯାର ବାୟୁ ଜଳ ଖାଦ୍ୟ ଖାଇ ବଳ
ଆନନ୍ଦେ ରହିଛି ମୁହିଁ
ଚତୁର୍ପାଶ୍ୱେ ମୋର ସ୍ନେହ ମମତାର
ସେହି ମୋ ଜନମ ଭୂଇଁ ll
ଯାର ବକ୍ଷ ପରେ ନାଚି ଖେଳି ଚାଲେ
ବଞ୍ଚିବା ଆଲୋକ ନେଇ
ସେହି ମୋର ଦେଶ ଜନନୀ ପ୍ରଦେଶ
ମାତୃଭୂମି ପୁଣ୍ୟ ମୟୀ ll
ଯାର ପାଦ ଦେଶ ଧୋଉଛି ସାଗର
ମସ୍ତକେ ହିମାଦ୍ରୀ ଗିରି
ସେହି ମୋର ମାତା ପ୍ରଥମ ବିଧାତା
ଭାରତ ଦେଶ ମୋହରି ll
ଯାର ରକ୍ତ କ୍ଷୀର ଗଢିଛି ଶରୀର
ସ୍ନେହମୟୀ ମୋର ମାତା
ମମତା ଜନନୀ ଅଭୟ ଦାୟିନୀ
ତାର ପାଦେ ଥାଏ ମଥା ll
ଯାର ହାତ ଧରି ପଥ ହେଲି ପାରି
ଶୈଶବ କିଶୋର କାଳ
ସେହି ଗୁରୁ ମୋର ସେ ମାର୍ଗ ଦର୍ଶକ
ବନ୍ଦନୀୟା ଚିରକାଳ ll
ଯାର ଉପଦେଶ କଥା ପରାମର୍ଶ
ପାଇ ନିତି ହୁଏ ବଡ଼
ବତ୍ସଲ୍ୟ ମୟୀ ସେ କରୁଣା ମୟୀସେ
ଜନନୀ ସ୍ୱର୍ଗ ଠୁ ବଡ଼ ll
ଯାର ଆଶୀର୍ବାଦ ହଟାଏ ବିପଦ
ଦୁଃଖ କଷ୍ଟ ଆସେ ନାହିଁ
ଭୟ ଭ୍ରାନ୍ତି ହରେ ସାହସ ମୁଁ ପାଏ
ଜଗତେ ତୁଳନା ନାହିଁ ll
ଯାର ସେବା ବ୍ରତ ସନ୍ତାନ ପାଇଁ ତ
ଜୀବନ ଉତ୍ସର୍ଗ କରେ
ସେହି ମୋ ଜନନୀ ଶାନ୍ତି ପ୍ରଦାୟନୀ
ତା ପାଦ ସେବା ମୁଁ କରେ ll
