STORYMIRROR

Nrusingha Narayan Tripathy

Classics Inspirational Others

4  

Nrusingha Narayan Tripathy

Classics Inspirational Others

ଜନନୀ

ଜନନୀ

1 min
372


ଯାର ବାୟୁ ଜଳ ଖାଦ୍ୟ ଖାଇ ବଳ

    ଆନନ୍ଦେ ରହିଛି ମୁହିଁ

ଚତୁର୍ପାଶ୍ୱେ ମୋର ସ୍ନେହ ମମତାର

   ସେହି ମୋ ଜନମ ଭୂଇଁ ll


ଯାର ବକ୍ଷ ପରେ ନାଚି ଖେଳି ଚାଲେ

    ବଞ୍ଚିବା ଆଲୋକ ନେଇ

ସେହି ମୋର ଦେଶ ଜନନୀ ପ୍ରଦେଶ

    ମାତୃଭୂମି ପୁଣ୍ୟ ମୟୀ ll


ଯାର ପାଦ ଦେଶ ଧୋଉଛି ସାଗର

     ମସ୍ତକେ ହିମାଦ୍ରୀ ଗିରି

ସେହି ମୋର ମାତା ପ୍ରଥମ ବିଧାତା

    ଭାରତ ଦେଶ ମୋହରି ll


ଯାର ରକ୍ତ କ୍ଷୀର ଗଢିଛି ଶରୀର

    ସ୍ନେହମୟୀ ମୋର ମାତା

ମମତା ଜନନୀ ଅଭୟ ଦାୟିନୀ

    ତାର ପାଦେ ଥାଏ ମଥା ll


ଯାର ହାତ ଧରି ପଥ ହେଲି ପାରି

    ଶୈଶବ କିଶୋର କାଳ

ସେହି ଗୁରୁ ମୋର  ସେ ମାର୍ଗ ଦର୍ଶକ

    ବନ୍ଦନୀୟା ଚିରକାଳ ll


ଯାର ଉପଦେଶ କଥା ପରାମର୍ଶ 

   ପାଇ ନିତି ହୁଏ ବଡ଼

ବତ୍ସଲ୍ୟ ମୟୀ ସେ କରୁଣା ମୟୀସେ

    ଜନନୀ ସ୍ୱର୍ଗ ଠୁ ବଡ଼ ll


ଯାର ଆଶୀର୍ବାଦ ହଟାଏ ବିପଦ

   ଦୁଃଖ କଷ୍ଟ ଆସେ ନାହିଁ 

ଭୟ ଭ୍ରାନ୍ତି ହରେ ସାହସ ମୁଁ ପାଏ

    ଜଗତେ ତୁଳନା ନାହିଁ ll


ଯାର ସେବା ବ୍ରତ ସନ୍ତାନ ପାଇଁ ତ

   ଜୀବନ ଉତ୍ସର୍ଗ କରେ

ସେହି ମୋ ଜନନୀ ଶାନ୍ତି ପ୍ରଦାୟନୀ

    ତା ପାଦ ସେବା ମୁଁ କରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics