STORYMIRROR

Nrusingha Narayan Tripathy

Inspirational Others Children

4  

Nrusingha Narayan Tripathy

Inspirational Others Children

ଜନ୍ମଦିନ

ଜନ୍ମଦିନ

1 min
353


ବହୁ ଜନ୍ମପରେ ମଣିଷ ଜୀବନ

ମିଳିଥାଏ ପୃଥିବୀରେ

ଜନମ ଦିବସ ଜୀବନେ ଅଭୁଲା

ରହିଥାଏ ଯେ ସ୍ମୃତିରେ ll


ପିତା ମାତାଙ୍କର ସ୍ୱପ୍ନର ସୃଷ୍ଟିରେ

ସନ୍ତାନର ଯେ ଉତ୍ପତ୍ତି

ଆନନ୍ଦେ ବିଭୋର ହୁଅନ୍ତି ପଡୋଶୀ

ନବ ଜୀବନକୁ ଦେଖି ll


ଜନମ ଦିବସ ପାଳନ ହୁଅଇ

ପିଠା ପଣା ଭୋଜି ନାଚେ

ଈଶ୍ୱରଙ୍କ ଠାରେ ଗୁହାରୀ କରନ୍ତି

ଭଲରେ ଯାଉ ବରଷେ ll


ରଙ୍ଗ ବେରଙ୍ଗ ର ପତାକା ସଜ୍ଜାଇ

ସପ୍ତରଙ୍ଗ ସମାହାର

ବେଲୁନ ଲଗାଇ ଖୁସିରେ ପାଳନ୍ତି

ଜନ୍ମଦିନ ଆନନ୍ଦର ll


ନୂଆ ପୋଷାକର ପରିଧାନ କରି

ମୁଣ୍ଡରେ ଟୋପିକୁ ମାରି

ସାଙ୍ଗସାଥି ମେଳେ ଉତ୍ସବ ମନାନ୍ତି

ହାପି ବାର୍ଥଡେ ଯେ କହି ll


କେକ୍ କାଟନ୍ତି ଖୁସିରେ ସେଦିନ

ମହମବତୀ ଲଗାଇ

ବେଲୁନ ଫୁଟାଇ ନାଚନ୍ତି ଗାଆନ୍ତି

କେକକୁ ପାଟିରେ ଦେଇ ll


ସାଙ୍ଗମାନେ ସବୁ ଗି୍ଫଟି ଦିଅନ୍ତି

ଶୁଭ ଜନ୍ମଦିନ କହି

ଭୋଜି ଭାତ ଖାଇ ଆନନ୍ଦ ମନରେ

ଜନ୍ମଦିନକୁ ଯେ ପାଳି ll


ପାଶ୍ଚାତ୍ୟ ସଂସ୍କୃତି ଆନନ୍ଦେ ଗ୍ରହଣ

ନିଜର ସଂସ୍କୃତି ଭୁଲେ

କେକ୍ କଟା ପ୍ରଥା ନାମକୁ ଲେଖିକି

ଜନ୍ମଦିନ ଏବେ ପାଳେ ll


ପୂର୍ବେ ଜନ୍ମଦିନ ମନ୍ଦିର ଯାଇକି

ପୂଜାର୍ଚନା ହେଉଥିଲା

ଗୁରୁଜନ ଠାରୁ ଆଶୀର୍ବାଦ ନେଇ

ଶୁଭଯେ ମନାସୁଥିଲା ll


ପାଲା ପୋଥିପୂଜା ଗୃହରେ କରିକି

ସଂକୀର୍ତ୍ତନ ହେଉଥିଲା

ଦାନ ଧର୍ମ କରି ସତସଙ୍ଗ ମେଳେ

ଜନ୍ମଦିନ ପାଳୁଥିଲା ll


ଶୁଭ ଜନ୍ମଦିନେ ଖରାପ ଅଭ୍ୟାସ

ମନମଧ୍ୟେ ତ୍ୟାଗକର

ଭଲ ଗୁଣ ଏକ ବାଛିକି ମନରେ

କରିବାକୁ ସ୍ଥିର କର ll


ଜୀବନ କ୍ଷଣିକ ଚିନ୍ତିକି ମନରେ

ସଦଗୁଣେ ଦିଅ ମନ 

ଗୁରୁଜନ ଠାରୁ ଆଶିଷ ନେଇକି

କାମଯେ କର ନୂତନ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational