STORYMIRROR

Chinmaya Kumar Nayak

Abstract Inspirational Children

3  

Chinmaya Kumar Nayak

Abstract Inspirational Children

ଜନ୍ମଦିନ : ଏକ ସୁଯୋଗ

ଜନ୍ମଦିନ : ଏକ ସୁଯୋଗ

1 min
357


ଏକ ନୂତନ ସୂର୍ଯ୍ୟୋଦୟ ଆସେ

ପ୍ରତିବର୍ଷ ସେଇ ଦିନ

କିଛି ଉତ୍କଣ୍ଠା ଆକାଂକ୍ଷା ଓ ସ୍ୱପ୍ନର ସମାହାର ନେଇ। 


ଜୀବନ ଉତ୍ଫୁଳିତ ହୁଏ

ଏକ ଆରମ୍ଭର କଅଁଳ ଖରାରେ

କିଛି ସ୍ମୃତି ଓ ଅନୁଭୁତିର ମୃଦୁ ଆଲୋଡନେ

କିଛି ନବ ଯୋଜନାର ମଧୁର ଗୁଞ୍ଜନେ

ଉତ୍ସବମୁଖର ହୁଏ

ସେଦିନର ନିର୍ମଳ ଆକାଶ

ଅନେକ ଉପହାର-ନକ୍ଷତ୍ର ଆଲୋକେ।


ଜଳନ୍ତା ମହମବତୀରେ ଦିଶେ

ଆସନ୍ତାକାଲିର ସୁନେଲି କିରଣ

ମିଷ୍ଟାନ୍ନ ବଣ୍ଟନେ ମିଳେ

ଖୁସି-କଣିକାର ଗତୀଶୀଳ ଗୁଣନ

ସୁଖର ଉଲ୍ଲାସରେ 

ଆନ୍ଦୋଳିତ ହୁଏ ତନୁ ମନ ପ୍ରାଣ। 


କିନ୍ତୁ ହାୟ !

ହଜିଯାଏ ସେଦିନର ନିର୍ମଳ ଆନନ୍ଦ ଜୁଆର

ଲିଭିଯାଏ ଆକାଶକୁ ଛୁଇଁବାର ସ୍ୱର

ଜୀବନ ଯଥା ପୂର୍ବ ପଡ଼ିଯାଏ

ଚିରାଚରିତ ସଂସ୍କାରର 

ଅପରିବର୍ତ୍ତିତ ରେଳଧାରଣାରେ

ଏକ ଆରମ୍ଭର ସୁବର୍ଣ୍ଣ ସୁଯୋଗ

ଉଡ଼ିଯାଏ ସମୟର ଧୂମ୍ର କୁଣ୍ଡଳୀରେ।


ଜନ୍ମଦିନ ଆସେ ଏକ 

ସମ୍ଭାବନାର ନୂତନ ସମ୍ବାଦ ନେଇ

ଭଙ୍ଗା ଜୀବନର ପୁନର୍ଗଠନର 

ଏକ ନୂତନ ପ୍ରେରଣା ନେଇ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract