ଜନମ ମାଟି
ଜନମ ମାଟି


ମସ୍ତକେ ମୁକୁଟ ହିମାଳୟ,
କଟି ସୂତା ବିନ୍ଧ୍ୟଗିରୀ ତାର;
ନିର୍ଝରି ଗଙ୍ଗା, ଯମୁନା ବହେ
ଏଇ ଜନମ ମାଟି ଭାରତ ମୋର ।।
ଚିର ନମସ୍ୟା, ଚିର ପୂଜ୍ୟା
ଏଇ ଜଗତେ;
ଜ୍ଞାନର ଆଲୋକେ ପୁଣି ବିଶ୍ୱକୁ
ପ୍ରକାଶେ।।
ଦିବ୍ୟ ଜ୍ୟୋତି ସମ
ଘନ ଅନ୍ଧାରେ;
ଜନମ ଦେଇ ବୁଦ୍ଧ, ଗାନ୍ଧୀ
ସତ୍ୟ , ଅହିଂସା ଧରମ ପ୍ରବାହିତ କରେ ।।
ସୁନାର ଚଢ଼େଇ ସେ
ବିଶ୍ଵ ଇତିହାସେ ,
କଳା ସଂସ୍କୃତି ସାହିତ୍ୟ ଭଣ୍ଡାର
ପୁଣି ତା' ପାସେ ।।
ଧନ୍ୟ ମଣେ ମୁଁ ନିଜକୁ
ଜନମି ଏଇ ପବିତ୍ର ଭୂମିରେ,
ତା' ଠାରୁ ବଳି ମହିୟସୀ
ନାହିଁ କେହି ଏଇ ଧରାଧାମରେ ।।