STORYMIRROR

Rakesh Sahu

Inspirational

3  

Rakesh Sahu

Inspirational

ଜନମ ମାଟି

ଜନମ ମାଟି

1 min
75


ମସ୍ତକେ ମୁକୁଟ ହିମାଳୟ,

କଟି ସୂତା ବିନ୍ଧ୍ୟଗିରୀ ତାର;

ନିର୍ଝରି ଗଙ୍ଗା, ଯମୁନା ବହେ 

ଏଇ ଜନମ ମାଟି ଭାରତ ମୋର ।।


ଚିର ନମସ୍ୟା, ଚିର ପୂଜ୍ୟା 

ଏଇ ଜଗତରେ ;

ଜ୍ଞାନର ଆଲୋକେ ପୁଣି ବିଶ୍ୱକୁ

ପ୍ରକାଶିତ କରେ ।।


ଦିବ୍ୟ ଜ୍ୟୋତି ସମ

 ଘନ ଅନ୍ଧାରେ;

ଜନମ ଦେଇ ବୁଦ୍ଧ, ଗାନ୍ଧୀ

ସତ୍ୟ , ଅହିଂସା ଧରମ ପ୍ରବାହିତ କରେ ।।


ସୁନାର ଚଢ଼େଇ ସେ 

ବିଶ୍ଵ ଇତିହାସେ ,

କଳା ସଂସ୍କୃତି ସାହିତ୍ୟ ଭଣ୍ଡାର 

ପୁଣି ତା' ପାସେ ।।


ଧନ୍ୟ ଆଜି ମୁଁ 

ଜନମ ଲଭି ଏଇ ପବିତ୍ର ଭୂମିରେ,

ତା’ ଠାରୁ ମହାନ

କେହି ନାହିଁ ଏଇ ଧରାଧାମରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational