STORYMIRROR

Rakesh Sahu

Others

4  

Rakesh Sahu

Others

ସବୁ ଅଟେ ମାୟା ସଂସାର

ସବୁ ଅଟେ ମାୟା ସଂସାର

1 min
64


ଏ ଦୁନିଆଁରେ ନୁହେଁ କେହି ତୋ ନିଜର 

ସମସ୍ତେ ଅଟନ୍ତି ତୋ ପାଇଁ ପର; 

ସ୍ବାର୍ଥ ସରିଗଲେ ଭୁଲି ତ ଯିବେ

 କରି ଚାଲିଯିବେ ସାତ ପର ।।

ମିଛଟାରେ ଆଉ ଝରାନା ତୁ ଲୁହ

 ସଭିଁଙ୍କୁ ଭାବି ନିଜର; 

କେହି ନୁହେଁ ଏଠି କାହାର ରେ ଭାଈ 

ସବୁ ଅଟେ ମାୟା ସଂସାର ।।

ମରୀଚିକା ପଛେ କାହିଁ ଧାଉଁ ଅଛୁ 

ହୋଇ କିରେ ଵାୟା ସମ;

 ଉଦ୍ଧରିବୁ ଯଦି ଏ ଭବ ସାଗରୁ 

ନିତି ଭଜୁଥା ଶ୍ରୀ  ଜଗନ୍ନାଥ   ନାମ ।।

ବେଲ ଥାଉଁ ଥାଉଁ ବାନ୍ଧିଥା ବନ୍ଧରେ 

ନିତ୍ୟେ କରି ପୁଣ୍ୟ କାମ; 

ଅନ୍ତ କାଳେ ତୋ'ତେ ରଖିବେ ହରି ରେ, 

ସାର୍ଥକ ହେବ ତୋ ମଣିଷ ଜନମ ।।


କେତେ ବାନ୍ଧୁଅଛୁ ମୋହର ଏ ଜାଲ, 

ସବୁ ଏଠି ରହିଯିବ; 

କର୍ମ ଫଳ ତୋର ସାଥେ ଚାଲିଥିବ, 

ଯେବେ ପିଣ୍ଡରୁ ପ୍ରାଣ ଛାଡ଼ିବ ।।

ଶେଷେ ଯିବା ବେଳେ ଶ୍ମଶାନ କୋକେଇ, 

ହେବ ତୋର ଶେଷ ସାଥୀ; 

ଜଳିପୋଡ଼ି ସବୁ ପାଉଁଶ ହୋଇବ, 

ରହିବନି କାହାର ସ୍ଥିତି ।।

ତେଣୁ ଗର୍ବ ତେଜି, ଧର୍ମ ପଥେ ଖୋଜି, 

ପାଆ ଶାନ୍ତି ଅବିରାମ; 

ଶେଷ ବେଳେ ଯେବେ ତୁଣ୍ଡେ ଥିବ ତୋର, 

ସେହି ଜଗନ୍ନାଥ ନାମ ।। 


Rate this content
Log in