Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RK Sahu

Romance

4.9  

RK Sahu

Romance

ଆଜି ବି ତୁମକୁ ଭଲ ପାଏ

ଆଜି ବି ତୁମକୁ ଭଲ ପାଏ

1 min
144


ନିଝୁମ୍ ରାତିର ଜହ୍ନ ପରି

ଚାଲି ଆସ ତୁମେ ମୋ ଭାବନାରେ;

ହୃଦୟେ ମୋହର ବୁଣି ଚାଳି ଯାଅ 

ଅତୀତ ର ସ୍ମୃତି ଧାରେ ।


ଜାଣେ ତୁମେ ଏବେ ସତ ଭାବିବନି 

ଏତେ ବର୍ଷ ବିତି ଗଲାପରେ ;

କାହିଁକି ମୋ ସ୍ମୃତି ଆଇନାରୁ

ଭାସି ଆସିଲା ତୁମ ମୁହଁ ପୁଣିଥରେ ।


ଖୋଜି ପାଏ ନାହିଁ କାରଣ ତାହାରି,

ଯେତେ ଥର ହୃଦୟ କୁ ପଚାରେ;

କହି ତ ନଥିଲି ମନର ବେଦନା

କେବେ କାହାରି ଆଗରେ ।


ଲୁଚାଇ ରଖିଥିଲି 

ଯେଉଁ ଭଲ ପାଇବାକୁ

କହି ତ ନଥିଲି ତୁମକୁ ଆଜି ଯାଏ,

ଏବେ ବି କହୁଛି

ହୃଦୟ ଭିତରୁ 

ଆଜି ବି ତୁମକୁ ହିଁ ଭଲ ପାଏ।


Rate this content
Log in

Similar oriya poem from Romance