STORYMIRROR

Rakesh Sahu

Abstract

2  

Rakesh Sahu

Abstract

କଲମ

କଲମ

1 min
2.7K

ନିର୍ବାକ ବକ୍ତା ମୁହିଁ 

 ଓଷ୍ଠେ ନାହିଁ କଥା ,


କାଳି ର ଗାରରେ 

  ଲେଖି ଯାଏ ପୁଣି କେତେ ଯୁଗର ଗାଥା


ବଳ ଶୂନ୍ୟ ଏ ଦେହଟି ମୋହର

ଫୁଂକି ଦେଲେ ଉଡି ଯିବି ,


ତଥାପି ନ୍ୟୁନ ନୁହେଁ ଏ ଜଗତେ

 କାହାକୁ ଡରି ଯିବି


ଲୋଡା ନାହିଁ ଏ ଜଗତେ ପରିଚୟ ମୋହର,

ସଭିଁଙ୍କକର ମୁଁ ଅତି ନିଜର


ଶ୍ରଦ୍ଧା ଆଦରରେ ସଭିଏଁ କହନ୍ତି

କଲମ ମୋ ସାଥୀ ଚିର ଦିନର


Rate this content
Log in

Similar oriya poem from Abstract