STORYMIRROR

Goutam Mohanty

Romance Tragedy Fantasy

3  

Goutam Mohanty

Romance Tragedy Fantasy

ଜନ୍ମ ଜନ୍ମ ସାଥୀ

ଜନ୍ମ ଜନ୍ମ ସାଥୀ

1 min
298


ଯେତେ ଛବି ପ୍ରିୟା ଆଙ୍କୁଛି କାଗଜେ

   ଗୋଟେ ଛବି ମୁଁ ପାଉଛି,

ଏଣୁ ତେଣୁ ଯେତେ ଗାରେଇ ଦେଉଛି

   ତୁମ ମୁହଁ ଆଙ୍କି ଦେଉଛି।।


ରହିଗଲ ତୁମେ   ହୃଦୟରେ ମୋର

   ମନରେ କରିଲ ଘର,

ଯେଉଁ ଆଡେ ମୁଁ ଯେ ଅନେଇ ଚାହୁଁଛି

   ଆଭାସ ପାଏ ତୁମର।।


ଆଖି ମୁଁ ଖୋଲିଲେ ଆଖି ମୁଁ ବୁଜିଲେ

   ତୁମକୁ ଦେଖୁଛି ପ୍ରିୟା,

ଜନ୍ମଜନ୍ମ ପାଇଁ    ବାନ୍ଧିଦେଲ ତୁମେ

    ପ୍ରେମର ଅତୁଟ ମାୟା।।


ପାଦ ସାଥେ ପାଦ   ମିଶାଇ ଚାଲିବି

   କଥା ମୁଁ ଦେଉଛି ଆଜି,

ଆସୁ ଯେତେ ଝଡ଼  ଆସୁପଛେ ଝଞ୍ଜା

    ଜିତିବା ପ୍ରେମର ବାଜି।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance