Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pareshchandra Das

Inspirational

4  

Pareshchandra Das

Inspirational

ଜଳାଅ ଦୀପ

ଜଳାଅ ଦୀପ

1 min
416


ଦୀପ ଜଳାଅ ଅନ୍ଧାର ହଟାଅ

   ହୃଦୟର ଅନୁକୋଣେ ।

ଜ୍ଞାନର ଜ୍ୟୋତି ଉଜ୍ଜୀବିତ ହେଉ

   ଆଜି ପ୍ରତିଟି ପରାଣେ ।।


ଜଳାଇ ଦିଅ ମନର ବିକାର

   ଜଳି ଯାଉ ହିଂସା ଦ୍ୱେଷ ।

ଜାଗ୍ରତ ହେଉ ପ୍ରାଣେ ପ୍ରାଣେ ଆଜି

   ଶାନ୍ତି ମୈତ୍ରୀ ଓ ବିଶ୍ୱାସ ।।


ଦୀପ ନୁହଁଇ ଆତ୍ମ ଜ୍ୟୋତିଟିଏ

   ଆତ୍ମାର କରଇ ପୂଜା ।

ଦେହ ସୁଖକୁ ସୁଖ ନ ବିଚାରି

   ଆତ୍ମାର ଉଡ଼ାଅ ଧ୍ବଜା ।।


ଆତ୍ମା ସନ୍ତାନ ପରମାତ୍ମା ପିତା

   ସମ୍ପର୍କ ଆମର ଭାଇ ।

ଶରୀର ରଥ ସିଏ ତ ସାରଥୀ

   ରଥକୁ ନେଉଛି ବାହୀ ।।


ଘନ ତିମିର ଜ୍ୟୋତିର ପରଶେ

    ମନରୁ ଯାଉ ଦୂରେଇ ।

ବିଶ୍ୱ ଶାନ୍ତିର ବାର୍ତ୍ତାବହ ହେଉ

    ଭାରତର ଦୀପାବଳୀ ।।



Rate this content
Log in

Similar oriya poem from Inspirational