STORYMIRROR

Sudhir Kumar Panda

Abstract

2  

Sudhir Kumar Panda

Abstract

ଜୀବନରେ ଯାନ୍ତ୍ରୀକତାର ଭୂମିକା

ଜୀବନରେ ଯାନ୍ତ୍ରୀକତାର ଭୂମିକା

1 min
174

ଯନ୍ତ୍ର ଯେତେ ସବୁ ଆଜି ମନ୍ତ୍ର କରି ନେଇଛି ସକଳ କ୍ଷଣ

ତାହା ବ୍ୟତିରେକ ଜୀବନ ଆମର ନହୋଇ ପାରେ ଭରଣ

ସକାଳରୁ ସଞ୍ଜ ସଞ୍ଜରୁ ସକାଳ ମଣିଷର ସବୁ କ୍ଷଣ

ସକଳ ସୁଖର ଅଳିକ ସାଧନା ଯନ୍ତ୍ର କରଇ ପୁରଣ


ସମୟ ସୁବିଧା ସରଳ ବିବିଧା ଯୋଗାଇ ପାରିଲା ଯନ୍ତ୍ର

ତାହା ସାହାଯ୍ୟରେ କାର୍ଯ୍ୟର ସୁବିଧା ହୋଇ ପାରିଲା ସ୍ବତନ୍ତ୍ର

ଶ୍ରମର ଲାଘବ ଯନ୍ତ୍ର ପରାଭବ ସମୟର ସଂରକ୍ଷଣ

ଯନ୍ତ୍ର ସାହାଯ୍ୟରେ ମଣିଷ ପାଇଲା ସବୁ ସୁବିଧା ତତକ୍ଷଣ


କଳ କାରଖାନା କର୍ମର ଯାତନା କଲା ଭାରି ଉପସମ

ମୋବାଇଲଟିଏ ହାତ ପାହାନ୍ତାରେ କର୍ମକୁ କଲା ସୁସମ

କମ୍ପ୍ୟୁଟର ଆଉ ଇଣ୍ଟରନେଟଟି ମଣିଷ ଯେବେ ପାଇଲା

ସମଗ୍ର ବିଶ୍ବ ଯେ ଏକ ପରିବାର ଏକଥା ସମ୍ଭବ ହେଲା


ଯାନ୍ତ୍ରୀକତା ଯେବେ ମାନବ ସେବାରେ ବଡ ଉପକାରୀ ସିଏ

ଅଳସୁଆ ହୋଇ ମାନବ ସମାଜ ଯେପରି ନଷ୍ଟ ନ ହୁଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract