ଜୀବନରେ ଯାନ୍ତ୍ରୀକତାର ଭୂମିକା
ଜୀବନରେ ଯାନ୍ତ୍ରୀକତାର ଭୂମିକା
ଯନ୍ତ୍ର ଯେତେ ସବୁ ଆଜି ମନ୍ତ୍ର କରି ନେଇଛି ସକଳ କ୍ଷଣ
ତାହା ବ୍ୟତିରେକ ଜୀବନ ଆମର ନହୋଇ ପାରେ ଭରଣ
ସକାଳରୁ ସଞ୍ଜ ସଞ୍ଜରୁ ସକାଳ ମଣିଷର ସବୁ କ୍ଷଣ
ସକଳ ସୁଖର ଅଳିକ ସାଧନା ଯନ୍ତ୍ର କରଇ ପୁରଣ
ସମୟ ସୁବିଧା ସରଳ ବିବିଧା ଯୋଗାଇ ପାରିଲା ଯନ୍ତ୍ର
ତାହା ସାହାଯ୍ୟରେ କାର୍ଯ୍ୟର ସୁବିଧା ହୋଇ ପାରିଲା ସ୍ବତନ୍ତ୍ର
ଶ୍ରମର ଲାଘବ ଯନ୍ତ୍ର ପରାଭବ ସମୟର ସଂରକ୍ଷଣ
ଯନ୍ତ୍ର ସାହାଯ୍ୟରେ ମଣିଷ ପାଇଲା ସବୁ ସୁବିଧା ତତକ୍ଷଣ
କଳ କାରଖାନା କର୍ମର ଯାତନା କଲା ଭାରି ଉପସମ
ମୋବାଇଲଟିଏ ହାତ ପାହାନ୍ତାରେ କର୍ମକୁ କଲା ସୁସମ
କମ୍ପ୍ୟୁଟର ଆଉ ଇଣ୍ଟରନେଟଟି ମଣିଷ ଯେବେ ପାଇଲା
ସମଗ୍ର ବିଶ୍ବ ଯେ ଏକ ପରିବାର ଏକଥା ସମ୍ଭବ ହେଲା
ଯାନ୍ତ୍ରୀକତା ଯେବେ ମାନବ ସେବାରେ ବଡ ଉପକାରୀ ସିଏ
ଅଳସୁଆ ହୋଇ ମାନବ ସମାଜ ଯେପରି ନଷ୍ଟ ନ ହୁଏ
